ଶରଧାବାଲିରେ ତିନି ରଥ

Jul 17, 2026 - 15:17
ଶରଧାବାଲିରେ ତିନି ରଥ


ଶରଧାବାଲିରେ ପହଞ୍ଚିଲେ ମହାପ୍ରଭୁ । ରଥଯାତ୍ରାର ପରଦିନ ଅର୍ଥାତ  ଦ୍ବିତୀୟ ଦିନରେ ରଥଟଣାହୋଇ ଶରଧାବାଲିରେ ପହଞ୍ଚିଛନ୍ତି ।  ଏହି ସମୟରେ ହରିବୋଲ, ହୁଳହୁଳିରେ ବଡଦାଣ୍ଡ କମ୍ପୁଥିଲା । ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ପ୍ରଥମେ ବଳଭଦ୍ରଙ୍କ ତାଲଧ୍ବଜ ରଥ ଗଢିଥିଲା । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିଥିଲା। ଶେଷରେ ନନ୍ଦିଘୋଷ ରଥ ଟଣା ହୋଇ ଶରଧାବାଲିରେ ଲାଗିଥିଲା । ଠାକୁରଙ୍କର ଏହି ଅପୂର୍ବ ଯାତ୍ରାର ସାକ୍ଷୀ ପାଲଟିଛନ୍ତି ଲକ୍ଷାଧୀକ ଭକ୍ତ । ଗତକାଲି ବର୍ଷାଥିଲେ ମଧ୍ୟ ଆଜି ପାଗ ଭଲ ଦେଇଛି ଯାହା ସମସ୍ତ କାର୍ଯ୍ୟକୁ ଆହୁରି ସୁରୁଖୁରୁ କରିଛି । ବଡ଼ଦାଣ୍ଡରେ ଅପୂର୍ବ ଦୃଶ୍ୟକୁ ସମସ୍ତେ ଉପଭୋଗ କରୁଥିବାର ଦେଖିବାକୁ ମିଳୁଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।