ରୁଷ ଉପରେ ନୂଆ ପ୍ରତିବନ୍ଧକ ଲଗାଇବାକୁ ଟ୍ରମ୍ପଙ୍କ ନା, କହିଲେ ଏମିତି କଥା…
ରୁଷ ଉପରେ ନୂଆ ପ୍ରତିବନ୍ଧକ ଲଗାଇବାକୁ ଟ୍ରମ୍ପଙ୍କ ନା, କହିଲେ ଏମିତି କଥା…
ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନ ଯୁଦ୍ଧକୁ ନେଇ ରୁଷ ଉପରେ ପ୍ରତିବନ୍ଧକର ପାହାଡ଼ ଛିଡ଼ା କରିଥିବା ଆମେରିକା ରାଷ୍ଟ୍ରପତି ମନୋଭାବ ନରମିଛି । ରୁଷ ଉପରେ ଲାଗିବାକୁ ଥିବା ନୂଆ ପ୍ରତିବନ୍ଧ ସହ ଜଡିତ କାଗଜରେ ଦସ୍ତଖତ କରିବାକୁ ଟ୍ରମ୍ପ ମନା କରିଦେଇଛନ୍ତି । ଏହାର ଜବାବରେ ସେ କହିଛନ୍ତି, ମୁଁ ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ଚାହୁଁଛି । ଏମିତି କିଛି ପଦକ୍ଷେପ ନେବାକୁ ଚାହୁଁନାହିଁ ଯାହାଦ୍ବାରା ରୁଷ ରୁଷ ଆଲୋଚନାରୁ ହଟିଯିବ । ଏହାସହ ସେ କହିଛନ୍ତି, ରୁଷ ଇରାନକୁ ଯେତେ ସହଯୋଗ କରିବା କଥା ତାହା କରୁନି । ଆଉ ଏମିତି ସ୍ଥିତି ଜାରି ରହିବା ମୁଁ ଚାହୁଁଛି । ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରମ୍ପ ଏହା କହିବା ସହ ଦାବି କରିଛନ୍ତି ଯେ, ରୁଷ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ଚୁକ୍ତିକୁ ନେଇ ଭଲ ଅଗ୍ରଗତି ଘଟୁଛି । ବନ୍ଧକଙ୍କୁ ମୁକ୍ତି କରିବାକୁ ନେଇ ଆଲୋଚନା ଚାଲିଛି । ଏମିତି ସ୍ଥିତିରେ ନୂଆ ପ୍ରତିବନ୍ଧ ଲାଗିଲେ ଏହା ଆଲୋଚନା ଉପରେ ପ୍ରଭାବ ପକାଇ ପାରେ । ସେ ପରେ କିମ୍ବା ନିଜ ଇଚ୍ଛାରେ ଯେକୌଣସି ସମୟରେ ନୂଆ ପ୍ରତିବନ୍ଧକରେ ସିଗନେଚର କରିପାରିବେ । ହେଲେ ବର୍ତ୍ତମାନ ସ୍ଥିତିରେ ଏମିତି କରିବା ଉଚିତ ହେବ ନାହିଁ ।
ୟୁକ୍ରେନକୁ ଟାର୍ଗେଟ
ୟୁକ୍ରେନ ସହ ହାତରେ ହାତ ମିଶାଇ ଯୁଦ୍ଧରେ ଲିପ୍ତ ଆମେରିକା ରାଷ୍ଟ୍ରପତି ଏହି ଅବସରରେ ୟୁକ୍ରେନକୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ରୁଷର ଡିଜେଲ ରିଫାଇନାରୀ ଉପରେ ଆକ୍ରମଣ କରିଥିବା ଆରୋପ ଲଗାଇଛନ୍ତି । ଏହି ଆକ୍ରମଣ ଯୋଗୁଁ ସାରା ବିଶ୍ବରେ ଡିଜେଲ ସପ୍ଲାଇ ଓ ବଜାର ଉପରେ ଖରାପ ପ୍ରଭାବ ପଡ଼ିଛି । ଆମେରିକା ବି ଏହାଦ୍ବାରା ପ୍ରଭାବିତ ହୋଇଛି । ଏହାପରେ ବି ରୁଷ କମ ମୂଲ୍ୟରେ ଦୁନିଆକୁ ଡିଜେଲ ଯୋଗାଉ ଥିବା ଟ୍ରମ୍ପ ଦାବି କରିଛନ୍ତି ।
ଜେଲେନସ୍କି ଯୁଦ୍ଧ ବନ୍ଦ କରିବାକୁ ଚାହୁଁନାହାନ୍ତି
ଜେଲେନସ୍କିଙ୍କୁ ଟାର୍ଗେଟ କରି ଟ୍ରମ୍ପ ବଡ଼ ଆରୋପ ଲଗାଇଛନ୍ତି । ସେ କହିଛନ୍ତି, ଜେଲେନସ୍କି ଯୁଦ୍ଧ ଶେଷ କରିବାକୁ ଚାହୁଁନାହାନ୍ତି । ଏପରିକି ପୂର୍ବରୁ ବି ତାଙ୍କର ଏପରି ଇଚ୍ଛା ନଥିଲା । ଦୁଇ ବର୍ଷ ପୂର୍ବରୁ ତାଙ୍କୁ ବର୍ତ୍ତମାନଠାରୁ ଭଲ ଶାନ୍ତି ପ୍ରସ୍ତାବ ମିଳିପାରିଥାନ୍ତା । ୟୁରୋପୀୟ ଦେଶ ୟୁକ୍ରେନକୁ ଆର୍ଥିକ ସହାୟତା ଯୋଗାଉଛନ୍ତି । ଏପରିକି ଆମେରିକାର ପୂର୍ବ ରାଷ୍ଟ୍ରପତି ମଧ୍ୟ ୟୁକ୍ରେନକୁ ଆର୍ଥିକ ସହାୟତା କରିଥିବା ଅଭିଯୋଗ କରିଛନ୍ତି ଟ୍ରମ୍ପ ।
ଟ୍ରମ୍ପଙ୍କ ଅନୁସାରେ, ୟୁକ୍ରେନର ଏକ ବଡ଼ ଅଂଶ ଧ୍ବଂସ ହୋଇସାରିଛି । ଏହାସହ ବହୁତ ଭୂଭାଗ ୟୁକ୍ରେନ ହାତରୁ ଚାଲିଯାଇଛି । ଏପରିକି ୟୁକ୍ରେନର ସମୁଦ୍ର ପର୍ଯ୍ୟନ୍ତ ପହଁଚିବା ଶେଷ ହୋଇଯାଇଛି । ୟୁକ୍ରେନରେ ପୁରୁଷଙ୍କ ସଂଖ୍ୟା ବହୁ ସଂଖ୍ୟାରେ କିମଛି । ବହୁତ ପୁରୁଷ ଯୁଦ୍ଧରେ ଆହତ ହୋଇଛନ୍ତି କିମ୍ବା ମୃତ୍ୟୁବରଣ କରିଛନ୍ତି ।
ସେ ସ୍ପଷ୍ଟ କରିଛନ୍ତି କି ଯେମିତି ହେଲେ ସେ ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ଚାହୁଁଛନ୍ତି । ଆଉ ଏଥିପାଇଁ ମୋର ପ୍ରଥମ ପ୍ରାଥମିକତା ହେଉଛି ରୁଷ ସହ ଆଲୋଚନା ଆଗକୁ ଜାରି ରଖିବା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
