ରାଜଧାନୀ ଦିଲ୍ଲୀରେ ଉପରମୁହାଁ ପ୍ରଦଷୂଣ, ୩୦୦ ପାର AQI!
ନନ୍ଦିଘୋଷ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ପ୍ରଦଷୂଣ ସମସ୍ୟା ନେଇ ପ୍ରାୟ ସମସ୍ତେ ଅବଗତ । ପ୍ରତ୍ୟେକ ବର୍ଷ ଶୀତ ଦିନରେ ଏହା ରାଜଧାନୀବାସୀଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଥାଏ । ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ପାଗରେ ସାମାନ୍ୟ ପରିବର୍ତ୍ତନ ସ୍ୱାସ୍ଥ୍ୟ ଉପରେ ଘୋର ପ୍ରଭାବ ପକାଇଥାଏ । ବର୍ତ୍ତମାନ ଦିନ ବେଳା ଖରା ଓ ରାତିରେ ହାଲୁକା ଥଣ୍ଡା ପଡୁଥିବା ବେଳେ ପ୍ରଦୂଷଣ ସ୍ତର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।
ଦିଲ୍ଲୀ ଏନସିଆରର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୦୦ ଅତିକ୍ରମ କରିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆକ୍ସନ ମୋଡ଼କୁ ଆସିଛି ପ୍ରଶାସନ । ଏହାସହ ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ ର ପ୍ରଥମ ପର୍ଯ୍ୟାୟ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି। ପ୍ରଥମ ଥର ଏତେ ବିଳମ୍ବରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ କାର୍ଯ୍ୟକାରୀ ହୋଇଥିବା ଦିଲ୍ଲୀ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା କହିଛନ୍ତି । ଆଗକୁ ରାତିର ତାପମାତ୍ରା ୧୮ ଡିଗ୍ରୀକୁ ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
CPCB ତଥ୍ୟ ଅନୁଯାୟୀ, ପୁସା, ପଞ୍ଜାବୀ ବାଗ ଓ ଗ୍ରେଟର ନୋଏଡାର ନଲେଜ୍ ପାର୍କ ଭଳି ଅଞ୍ଚଳରେ ପ୍ରଦୂଷଣ ସ୍ତର ଚିନ୍ତାଜନକ ଅଟେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବୃଦ୍ଧ ଓ ଶ୍ୱାସ ସମସ୍ୟା ଥିବା ଲୋକଙ୍କୁ ସକାଳ ଓ ସନ୍ଧ୍ୟା ୱାର୍କ କରିବାକୁ ବାରଣ କରିବା ସହ ମାସ୍କ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।
ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ ୧ କାର୍ଯ୍ୟକାରୀ ପରେ କ’ଣ ହେବେ ପରିବର୍ତ୍ତନ?
- ନିର୍ମାଣଧିନ କାର୍ଯ୍ୟ ସମୟରେ ଧୂଆଁ-ନିରୋଧୀ ବନ୍ଧୁକ ବ୍ୟବହାର ବାଧ୍ୟତାମୂଳକ।
- ହୋଟେଲ ଓ ରେଷ୍ଟୁରାଣ୍ଟରେ ବ୍ୟବହୃତ ତନ୍ଦୁରି ଭାଟିରେ କୋଇଲା କିମ୍ବା କାଠ ଜାଳିବା ନିଷେଧ ।
- ରାସ୍ତାରେ ପାଣି ସିଞ୍ଚନ ଓ ଧୂଳି ସଫା କାର୍ଯ୍ୟକୁ ତୀବ୍ରତର କରାଯିବ ।
- ଖୋଲା ସ୍ଥାନରେ ଅଳିଆ କିମ୍ବା ଶୁଖିଲା ପତ୍ର ଜାଳିବା ଉପରେ ଜରିମାନା ଲାଗୁ କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
