ରାଜଧାନୀରେ ଯୁବକଙ୍କୁ ଛେଚି ହତ୍ୟା

Jul 31, 2026 - 11:55
ରାଜଧାନୀରେ ଯୁବକଙ୍କୁ ଛେଚି ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ସପ୍ତାହେ ମଧ୍ୟରେ ୩ଟି ଜଘନ୍ୟ ହତ୍ୟା । ଗତ ସୋମବାର ସନ୍ଧ୍ୟା ଏବଂ ମଙ୍ଗଳବାର ସକାଳେ ୨ ଟି ହତ୍ୟାକାଣ୍ଡ ଘଟିଥିବାବେଳେ ଗୁରୁବାର ବିଳମ୍ବିତ ରାତିରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି । ଲିଙ୍ଗରାଜ ଥାନା ଗାୟତ୍ରୀ ବସ୍ତିରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟାକରାଯାଇଛି । ମୃତକ ହେଲେ ଜିତୁ କାଣ୍ଡି । ସେ ଜଣେ ଶ୍ରମିକ । ରକ୍ତାକ୍ତ ଅବସ୍ଥାରେ ମୃତଦେହ ଜବତ କରିଛି ପୋଲିସ । ଗତ ରାତିରେ ଜିତୁ ଅନ୍ୟ ଜଣେ ଯୁବକଙ୍କ ସହ ବସି ମଦ୍ୟପାନ କରୁଥିଲେ  ଇ କିଛି ସମୟ ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ନିଶାସକ୍ତ ଅବସ୍ଥାରେ ଉକ୍ତ ଯୁବକ ଜଣକ ଜିତୁଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ । 

ସ୍ଥାନୀୟ ଲୋକଙ୍କୁ ପଚରାଉଚରା ପରେ ଘଟଣାରେ ଜଡିତ ୪ଜଣ,ଗଙ୍ଗାଧର ବେହେରା, ଚଗୁ ଏବଂ ବାବୁନା ବେହେରାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଅନ୍ୟଜଣେ ଅଭିଯୁକ୍ତ ଗୋପାଳ ଦାସ ବର୍ତ୍ତମାନ ଫେରାର ରହିଛି । 

ସୂଚନା ମୁତାବକ ମୃତକ ଜିତୁ ଗାୟତ୍ରୀ ବସ୍ତିରେ ନିଶା ବେପାର କରୁଥିଲେ । ପୋଲିସ ତାଙ୍କ ଦୋକାନ କୁ ପୂର୍ବରୁ ବନ୍ଦ କରିଥିଲା । ଏବେ ସେ ଏଠାରେ ନିଜର ଦୋକାନ ପୁଣି ଖୋଲିଥିଲେ । ଗତକାଲି ରାତିରେ ମଦ୍ୟପାନ ପରେ ଅନ୍ୟ ଏକ ଗୋଷ୍ଠୀ ସହ ଜିତୁର ବଚସା ହୋଇଥିଲା । ଫଳରେ ଘଟିଥିଲା ବିଭତ୍ସ ହତ୍ୟା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।