ରଥଖଳା 'ଖେଇ' ବିବାଦ ,କାମ ବନ୍ଦ କଲେ ମହାରଣା ସେବାୟତ

Jun 17, 2026 - 16:37
ରଥଖଳା 'ଖେଇ' ବିବାଦ ,କାମ ବନ୍ଦ କଲେ ମହାରଣା ସେବାୟତ

ପୁରୀ: ପୁରୀରେ ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ ବନ୍ଦ । ରଥ ନିର୍ମାଣ ବନ୍ଦ କଲେ ବିଶ୍ବକର୍ମା ମହାରଣା ସେବାୟତ । ସ୍ଵତ୍ଵଲିପି ଆଧାରରେ ମହାରଣାଙ୍କ ଖେଇକୁ ନେଇ ହୋଇଛି ବିବାଦ । ଚିରଟ କାଠ , ଖେ଼ଇକୁ ନେଇ ବିବାଦ ଦେଖାଦେଇଛି । ମହାପ୍ରଭୁଙ୍କ ରଥ କାଠରୁ ବାହାରୁଥିବା ଗୁଣ୍ଡ କାଠକୁ ଖେଇ ହିସାବରେ ମହାରଣା ସେବକ ମାନେ ନେଇଥାନ୍ତି  l କିନ୍ତୁ ଆଜି ଏହି କଟିଙ୍ଗ କାଠକୁ ନେଇ ବିବାଦ ଦେଖିବାକୁ ମିଳିଛି l ପ୍ରତ୍ୟେକ ଦିନ ସକାଳ ୮ ଟା ରୁ ୯ଟା ମଧ୍ୟରେ ଉପସ୍ଥାନ ଦେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତି ମହାରଣା ଓ ଅନ୍ୟ ସେବକ । ଆଜି ୫୮ ଦିନରେ କାର୍ଯ୍ୟ ଏଯାବତ୍ ଆରମ୍ଭ ହୋଇନାହିଁ । ଜିଦରେ ଅଟଳ ରହିଛନ୍ତି ତିନି ରଥର ମୁଖ୍ୟ ମହାରଣା। ସମାଧାନ ନହେବା ଯାଏଁ କାମ ଆରମ୍ଭ ନକରିବାକୁ ଚେତାବନୀ ଦେଇଛନ୍ତି ।

ମହାରଣାଙ୍କ କହିବା ମୁତାବକ ସ୍ଵତ୍ଵଲିପି ଅନୁଯାୟୀ ସେମାନେ ୪ ଫୁଟରୁ କମ୍ ବଳକା କାଠ ସେମାନେ ଖେଈ ବା ପ୍ରାପ୍ୟ ହିସାବରେ ନେଇଥାନ୍ତି । କିନ୍ତୁ ଚିରଟ କାଠରେ ,ଯେ କୌଣସି ମାପ ବଳକା କାଠକୁ ନେଇଥାନ୍ତି ମହାରଣା । ତେବେ ଏହା ନନେବାକୁ ବାରଣ କରି ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍ ଜାରି କରିବା ପରେ ଦେଖାଦେଇଛି ବିବାଦ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।