ମୁକୁଳି ପାରିଲେନି ସୌରଭ-ଆଶୁତୋଷ: ରାତିରେ ଗଲେ ହାଇକୋର୍ଟ !

Oct 20, 2026 - 21:31
ମୁକୁଳି ପାରିଲେନି ସୌରଭ-ଆଶୁତୋଷ: ରାତିରେ ଗଲେ ହାଇକୋର୍ଟ !

ନନ୍ଦିଘୋଷ ବ୍ୟୁରୋ:  ଦିଲ୍ଲୀ ହାଇକୋର୍ଟକୁ ଗଲେ ସିଜେପି ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା। ହାଜତ ବୃଦ୍ଧି ଆଦେଶକୁ ଚ୍ୟାଲେଞ୍ଜ କରି ସେମାନେ ଦିଲ୍ଲୀ ହାଇକୋର୍ଟକୁ ଯାଇଛନ୍ତି। ରାତିରେ ଶୁଣାଣି ପାଇଁ ବି ଅନୁରୋଧ କରିଛନ୍ତି। ଜଣେ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଜାମିନଦାରଙ୍କୁ ଅଗ୍ରାହ୍ୟ କରିବା ସହିତ ନ୍ୟାୟିକ ହାଜତକୁ ଅକ୍ଟୋବର ୨୧ ଯାଏ ବୃଦ୍ଧି କରିଥିଲେ।

CJPର ଆଇନ ବିଭାଗ ମୁଖ୍ୟ ରତ୍ନା ସିଂହ କହିଛନ୍ତି ଯେ ଅଦାଲତର ଛୁଟି ସମୟରେ ରାତିରେ ଜରୁରୀ ଶୁଣାଣି ପାଇଁ ଟିମ୍ ଅନୁରୋଧ କରିଛି। ଏନେଇ ହାଇକୋର୍ଟର ରେଜିଷ୍ଟ୍ରି ପକ୍ଷରୁ ଉତ୍ତରକୁ ଅପେକ୍ଷା କରାଯାଇଛି। ସୌରଭ ଓ ଆଶୁତୋଷ ଗୋଟିଏ ମିନିଟ୍‌ ପାଇଁ ମଧ୍ୟ ଜେଲ୍‌ରେ ରହିବା ଉଚିତ ନୁହେଁ। ରାଜନୈତିକ ଖେଳ ଯୋଗୁଁ ସେମାନଙ୍କ ସ୍ୱାଧୀନତାକୁ ସଂକୁଚିତ କରାଯାଉଛି। ଦକ୍ଷିଣ-ପଶ୍ଚିମ ଜିଲ୍ଲାର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ (SEM) ହେପାଜତ ଅବଧି ବୃଦ୍ଧି ସମୟରେ ପୁଣି ଥରେ ଶାନ୍ତିଭଙ୍ଗ ହେବାର ଆଶଙ୍କା ରହିଥିବା ଦର୍ଶାଇଥିଲେ। ସୌରଭ ଓ ଆଶୁତୋଷ ଅକ୍ଟୋବର ୧୧ ର ସର୍ତ୍ତକୁ ଜାଣିଶୁଣି ଉଲ୍ଲଂଘନ କରିଥିଲେ, ଶାନ୍ତିଭଙ୍ଗ କରିଥିଲେ।  ଶାନ୍ତିଭଙ୍ଗ ଓ ସାର୍ବଜନୀନ ଶାନ୍ତି ବ୍ୟାହତ ହେବାର ଆଶଙ୍କା ସୃଷ୍ଟି କରୁଛି। ତେଣୁ ପ୍ରତିଷେଧମୂଳକ ପଦକ୍ଷେପ ଜାରି ରଖିବା ଆବଶ୍ୟକ ବୋଲି ମାଜିଷ୍ଟ୍ରେଟ କହିଥିଲେ।

ଗତ ୧୪ ତାରିଖରେ ଜନ୍ତର ମନ୍ତରକୁ ପ୍ରବେଶ ଉଦ୍ୟମ କରିବାରୁ ସୌରଭ ଓ ଆଶୁତୋଷଙ୍କୁ ଗିରଫ କରାଯାଇଥିଲା। ଜନ୍ତର ମନ୍ତରରେ ଆଉ କେହି ଆନ୍ଦୋଳନ କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହା ସତ୍ତ୍ଵେ ସେଠାରେ ତ୍ରିରଙ୍ଗା ଯାତ୍ରା କରିବାକୁ ଯାଇଥିଲେ ଉଭୟ ନେତା।  କୋର୍ଟ ଉଭୟଙ୍କୁ ୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। ଗତକାଲି ସେହି ମିଆଦ ପୂରୁଥିଲା। କୋର୍ଟରେ ସେମାନଙ୍କୁ ହାଜର କରାଯାଇଥିଲା। କିନ୍ତୁ ସୌରଭ ଓ ଆଶୁତୋଷଙ୍କୁ ମୁକ୍ତି ଦେବା ବଦଳରେ କୋର୍ଟ ଆଉ ଦୁଇ ଦିନ ହାଜତ ମିଆଦ ବୃଦ୍ଧି କରିଥିଲେ। ଆସନ୍ତାକାଲି ଏହାର ପରବର୍ତ୍ତୀ ଶୁଣାଣି ହେବ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)