ମିଥୋସ୍‌-୫ ଉପରେ ଆମେରିକାର କଟକଣା: ଅନ୍ୟ ଦେଶ ବ୍ୟବହାର କରିପାରିବେନି

Jun 14, 2026 - 08:39
ମିଥୋସ୍‌-୫ ଉପରେ ଆମେରିକାର କଟକଣା: ଅନ୍ୟ ଦେଶ ବ୍ୟବହାର କରିପାରିବେନି

"ନୂଆଦିଲ୍ଲୀ: ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିବା ଅତ୍ୟାଧୁନିକ ଏଆଇ ଟୁଲ୍‌ ମିଥୋସ୍‌ ୫କୁ ଆମେରିକା ବାହାରର କୌଣସି ଦେଶ ବ୍ୟବହାର କରିପାରିବେ ନାହିଁ।

ଜାତୀୟ ସୁରକ୍ଷାକୁ ନଜରରେ ରଖି ଏଆଇ ସଂସ୍ଥା ଆନ୍ଥ୍ରୋପିକ୍‌ର ଶକ୍ତିଶାଳୀ ମଡେଲ୍‌ଗୁଡ଼ିକ ଉପରେ ଆମେରିକା ସରକାର କଟକଣା ଲଗାଇଛନ୍ତି।

ଫାବଲ୍‌ ୫ ଓ ମିଥୋସ୍‌ ୫ ମଡେଲ୍‌ର ରପ୍ତାନିକୁ ନିଷିଦ୍ଧ କରାଯାଇଛି।

ଫଳରେ ଏହି ମଡେଲ୍‌କୁ ଅନ୍ୟ ‌କୌଣସି ଦେଶର ଗ୍ରାହକ ବ୍ୟବହାର କରିପାରିବେ ନାହିଁ।

ସେଥିପାଇଁ କମ୍ପାନି ଦୁଃଖ ପ୍ରକାଶ କରିଛି।

ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରିବା ଲାଗି ଉଦ୍ୟମ କରାଯାଉଥିବା କମ୍ପାନି ପକ୍ଷରୁ କୁହାଯାଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଓ ଆନ୍ଥ୍ରୋପିକ୍‌ ମଧ୍ୟରେ ସମ୍ପର୍କ ଏତେଟା ଭଲ ନଥିଲା।

ସେଥିରେ ସୁଧାର ହୋଇଆସୁଥିବା ବେଳେ ସରକାର ଏହି କଠୋର କଟକଣା ଲଗାଇଛନ୍ତି।

ସାମରିକ ବ୍ୟବହାର ଅଭିଯାନରେ ସାମିଲ ହେବାକୁ ମନା କରିବା ପରେ ଆନ୍ଥ୍ରୋପିକ୍ସ ସହ ଆମେରିକା ସରକାରଙ୍କ ସମ୍ପର୍କ ଖରାପ ହୋଇଥିଲା।

ଦେଶ ଭିତରେ ନିରୀକ୍ଷଣ ବ୍ୟବସ୍ଥା ଓ ସ୍ବୟଂକ୍ରିୟ କ୍ଷେପଣାସ୍ତ୍ର ମିସନରେ ସରକାର ଏଆଇ ବ୍ୟବହାର କରିବାକୁ ଚାହୁଥିଲେ।

ସରକାରଙ୍କ କଥା ନ ମାନିବାରୁ କମ୍ପାନିର ଯୋଗାଣ ଶୃଙ୍ଖଳାକୁ କଳାତାଲିକାଭୁକ୍ତ କରାଯାଇଥିଲା।

ପୂର୍ବରୁ ଆମେରିକା ସରକାର ‌କେବଳ ଚିପ୍‌ ରପ୍ତାନି ଉପରେ କଟକଣା ଲଗାଉଥିଲେ।

ପ୍ରଥମ ଥର ପାଇଁ କୌଣସି ଏଆଇ ଟୁଲ୍‌ ବିରୋଧରେ ଏଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି।

Advertisment Dharmendra Pradhan: ପ୍ରଧାନମନ୍ତ୍ରୀଙ୍କ ୧୨ ବର୍ଷର ଯାତ୍ରା ସେବା, ସୁଶାସନ ଓ ଗରିବ କଲ୍ୟାଣର ସଫଳ ନିଦର୍ଶନ ଏହି କଟକଣା ସମ୍ପର୍କରେ ଆନ୍ଥ୍ରୋପିକ୍‌ ପକ୍ଷରୁ କୁହାଯାଇଛି ଯେ ସରକାର ଯେଉଁ କାରଣ ଦର୍ଶାଇଛନ୍ତି ତାହା ବଳିଷ୍ଠ ନୁହେଁ।

ଜେଲ୍‌ରୁ କଏଦୀ ଚମ୍ପଟ ମାରିବା ଆଶଙ୍କା ଥିବାରୁ କଟକଣା ଲଗାଯାଇଥିବା କଥା ସରକାର ମୌଖିକ ଭାବେ କହିଛନ୍ତି।

ସେଭଳି ଏକ କାରଣ ପାଇଁ କୋଟି କୋଟି ଲୋକଙ୍କୁ ବାଣିଜ୍ୟିକ ଭାବେ ଏହି ଏଆଇ ମଡେଲ୍‌ ବ୍ୟବହାରରୁ ବଞ୍ଚିତ କରିବା ଠିକ୍‌ ନୁହେଁ।

ଏଆଇ ମଡେଲ୍‌କୁ ନେଇ ସରକାର ଯେଉଁ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ ତାହାର ବିପରୀତ ପଦକ୍ଷେପ ନେଇଛନ୍ତି।

ତେବେ‌ ଆମେରିକାର ମୁଖ୍ୟ ସୂଚନା ଅଧିକାରୀ କ୍ରିଷ୍ଟନ ଡେଭିସ୍‌ କହିଛନ୍ତି ଯେ ପ୍ରତିରକ୍ଷା ବିଭାଗ ଜାତୀୟ ସୁରକ୍ଷାକୁ ପ୍ରାଥମିକତା ଦେଉଛି।

କିଛି ବିଷୟରେ ରାଜସ୍ବ ଓ ପ୍ରାକ୍‌-ଆଇପିଓ ମୂଲ୍ୟାୟନଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି।

ଆଇପିଓ ଜରିଆରେ ପାଣ୍ଠି ସଂଗ୍ରହ କରିବାକୁ ଗତ ମାସରେ ଆନ୍ଥ୍ରୋପିକ୍‌ ଆବେଦନ କରିଥିଲା।

ସେହି ମର୍ମରେ ଡେଭିସ୍‌ ଏଭଳି ମନ୍ତବ୍ୟ ଦେଇଥିବା ଅନୁମାନ କରାଯାଉଛି।

Weekly Horoscope 2026 June 14 to June 20: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

କିଛି ମାସ ପୂର୍ବେ ଆନ୍ଥ୍ରୋପିକ୍‌ର ଏଆଇ ମଡେଲ୍‌ ମି‌‌ଥୋସ୍‌କୁ ନେଇ ସାରା ବିଶ୍ବରେ ଭୟ ସୃଷ୍ଟି ହୋଇଥିଲା।

ସିଷ୍ଟମ୍‌ରେ ଥିବା ୨୦ ବର୍ଷର ପୁରୁଣା ତ୍ରୁଟିକୁ ମିଥୋସ୍‌ ଚିହ୍ନଟ କରିପାରୁଥିବା କମ୍ପାନି ଦାବି କରିବା ପରେ ବିଶ୍ବର ବିଭିନ୍ନ ଦେଶ ଓ ବିଶେଷ କରି ଆର୍ଥିକ ସଂସ୍ଥାଗୁଡ଼ିକ ଚିନ୍ତିତ ହୋଇପଡ଼ିଥିଲେ।

ମନ୍ଦ ଉଦ୍ଦେଶ୍ୟ ରଖିଥିବା ଲୋକଙ୍କ ପାଖରେ ସେହି ମଡେଲ୍‌ ପହଞ୍ଚିଗଲେ ସେମାନେ ଯେକୌଣସି ପ୍ରକାରରେ ବଡ଼ ସାଇବର୍‌ ଆକ୍ରମଣ କରି ବିଶ୍ବର ଡିଜିଟାଲ ଭିତ୍ତିଭୂମିକୁ ନିଜ ଅକ୍ତିଆରକୁ ନେଇଯିବାର ଆଶଙ୍କା ପ୍ରକାଶ ପାଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।