ମାଲକାନଗିରି ଏୟାରପୋର୍ଟରେ ହେବ ପରୀକ୍ଷାମୂଳକ ବିମାନ ଅବତରଣ

Jul 22, 2026 - 12:38
ମାଲକାନଗିରି ଏୟାରପୋର୍ଟରେ ହେବ ପରୀକ୍ଷାମୂଳକ ବିମାନ ଅବତରଣ

ମାଲକାନଗିରି : ଆଜି ମାଲକାନଗିରି ବିମାନବନ୍ଦରରେ ପରୀକ୍ଷାମୂଳକ ବିମାନ ଅବତରଣ କରାଯିବ । ଅପରାହ୍ନ ୨.୫୦ ରେ ଜୟପୁରରୁ ବାହାରି ୨.୨୦ ରେ ମାଲକାନଗିରି ଏୟାରପୋର୍ଟରେ ପହଞ୍ଚିବ । ପୁଣି ୨.୩୦ ରେ ମାଲକାନଗିରି ଏୟାରପୋର୍ଟ ରୁ ବାହାରି ୩.୦୦ ରେ ଜୟପୁରକୁ ବିମାନ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସୋମବାର ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିମାନବନ୍ଦରର ବିସ୍ତୃତ ସୁରକ୍ଷା ଯାଞ୍ଚ କରାଯାଇଛି । ଏହି ପରୀକ୍ଷା ସଫଳ ହେଲେ ‘ଉଡାନ’ ଯୋଜନା ଅଧୀନରେ ଆସନ୍ତା ଏକ ମାସ ମଧ୍ୟରେ ୯ ଆସନ ବିଶିଷ୍ଟ ବିମାନ ସେବା ଆରମ୍ଭ ହେବ ।

ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି- ଜୟପୁର-ଭୁବନେଶ୍ୱରକୁ ବିମାନ ଚଳାଚଳ କରିବା ପରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ମଧ୍ଯ ବିମାନସେବା ସମ୍ପ୍ରସାରଣ କରାଯିବାର ଯୋଜନା ରହିଛି । ଏହି ବିମାନ ନବନ୍ଦରରେ ୧୬୦୦ ମିଟର ରନୱେ ଥିବା ବେଳେ ଭବିଷ୍ୟତରେ ଏହାକୁ ୩୦୦୦ ମିଟରକୁ ବିସ୍ତାର କରାଯିବ । ସୁରକ୍ଷା ବିଭାଗଗ ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଦାସ, ଏରୋ ସେଫ୍ ଗାର୍ଡର ସହକାର ନିର୍ଦ୍ଦେଶକ ନୀରଜ କୁମାର ନାୟକଙ୍କ ଉପସ୍ଥିତିରେ ରନୱେ, ଟର୍ମିନାଲ, ଲଗେଜ୍ ଏରିଆ ଓ ସୁରକ୍ଷା ବ୍ୟବସ୍ଥାର ତନ୍ନ ତନ୍ତ୍ର ଯାଞ୍ଚ ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।