ମାଆ ହେବା ପରେ ବଦଳିଛି ରୁଚି
"ଦକ୍ଷିଣ ଭାରତୀୟ ସିନେମାରୁ ନେଇ ବଲିଉଡ୍ ପର୍ଯ୍ୟନ୍ତ ସବୁଠି ନିଜର ଅଭିନୟର ଛାପ ଛାଡ଼ିଥିବା କାଜଲ ଅଗ୍ରୱାଲ ଏବେ ନିଜ ଫିଲ୍ମ ଚୟନକୁ ନେଇ ଟିକେ ଅଧିକ ସଚେତନ।
ମାତୃତ୍ବ ଲାଭ ପରେ ସେ ଆଉ ମନ ଇଚ୍ଛା ଅଭିନୟ ଅଫର୍ ଗ୍ରହଣ ନକରି ଭାବିଚିନ୍ତି ନିର୍ଣ୍ଣୟ ନେଉଛନ୍ତି।Advertisment Bank jobs 2026: ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ୭୫୦ ଆପ୍ରେଣ୍ଟିସ୍ ପଦବି, ଶୀଘ୍ର କରନ୍ତୁ ଆବେଦନ କେବଳ କାହାଣୀ ପସନ୍ଦ ହୋଇଯିବା ପରେ ସିନେମା ଦସ୍ତଖତ କରୁନାହାନ୍ତି କାଜଲ।
ସିନେମାଟି ଭବିଷ୍ୟତରେ ତାଙ୍କ ପିଲା ଉପରେ କିଭଳି ପ୍ରଭାବ ପକାଇବ, ତାହା ଚିନ୍ତା କରି ହିଁ ସେ ଅଫର୍ ଗ୍ରହଣ କରୁଛନ୍ତି।
ଏବେ ସେ ଏମିତି କାମ କରିବାକୁ ଚାହାନ୍ତି, ଯାହାକୁ ନେଇ ଭବିଷ୍ୟତରେ ତାଙ୍କ ପୁଅ ଗର୍ବ ଅନୁଭବ କରିପାରିବ।
ଏହି ଚିନ୍ତାଧାରା ଏବେ ତାଙ୍କ କ୍ୟାରିୟର ସଂପର୍କିତ ନିଷ୍ପତ୍ତିର ଏକ ମୁଖ୍ୟ ନିର୍ଣ୍ଣାୟକ ପାଲଟିଛି।
କାଜଲ ୨୦୨୦ ମସିହାରେ ବିବାହ କରିଥିବା ବେଳେ ୨୦୨୨ ମସିହାରେ ମାତୃତ୍ବ ଲାଭ କରିଥିଲେ। "ସିଇଏ ନିୟମାବଳୀ ଏବଂ ବୈଷୟିକ ମାନକ" ଉପରେ କର୍ମଶାଳା ବିବାହ ଓ ମାତୃତ୍ୱ ପରେ ଦାୟିତ୍ୱ ବଢ଼ିଥିବା କଥା ସ୍ବୀକାର କରିଛନ୍ତି କାଜଲ।
ତେଣୁ ଏବେ ସେ ଏଭଳି କାହାଣୀକୁ ଗୁରୁତ୍ୱ ଦେଉଛନ୍ତି; ଯେଉଁଥିରେ ଭଲ ବିଷୟବସ୍ତୁ ସହିତ ସକାରାତ୍ମକ ଭାବନା ଓ ମନେରଖିବା ଭଳି ଚରିତ୍ର ଥିବ।
କେବଳ ବ୍ୟାବସାୟିକ ସଫଳତା ନୁହେଁ, ଅର୍ଥପୂର୍ଣ୍ଣ ସିନେମାର ଅଂଶ ହେବାକୁ ସେ ଚାହୁଛନ୍ତି।ଉଲ୍ଲେଖଯୋଗ୍ୟ, କାଜଲ ଆଗାମୀ ଦିନରେ ନୀତେଶ ତିୱାରିଙ୍କ ନିର୍ଦ୍ଦେଶିତ "ରାମାୟଣ"ରେ ନଜର ଆସିବେ।
ସେଥିରେ ସେ ଲଙ୍କେଶ ରାବଣଙ୍କ ପତ୍ନୀ ମନ୍ଦୋଦରୀଙ୍କ ଭୂମିକା ନିଭାଇବେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।