ମହିଳାଙ୍କୁ ବଳାତ୍କାର: ଧରାପଡ଼ିଲେ ମୌଲାନା
କଟକ,୫।୬(ପ୍ରଭୁ କଲ୍ୟାଣ ପାଲ): ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଜଗତପୁର ଥାନା ପୋଲିସ ଶୁକ୍ରବାର ଜଣେ ମୌଲାନାଙ୍କୁ ଗିରଫ କରିଛି। ସେ ହେଲେ ଏସ୍.କେ ନାଜମୁଲ ଆରଫିନ ଓରଫ ମୁନା।
ଅଭିଯୋଗ ମୁତାବକ, ମହିଳା ଜଣକ ସ୍ବାମୀଙ୍କ ମଦ ନିଶା ଛଡ଼ାଇବା ପାଇଁ ମୌଲାନାଙ୍କ ପାଖକୁ ଯାଇଥିଲେ। ହେଲେ ମୌଲାନା ମହିଳାଙ୍କୁ ଗୁଣିକରି ବାରମ୍ବାର ବଳାତ୍କାର କରିଥିଲେ। ଏନେଇ ମହିଳା ଜଣକ ୨୦୧୮ରେ ଜଗତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମୌଲାନା ନିଜ ପରିଚୟ ଲୁଚାଇ ବିଭିନ୍ନ ଜିଲା ଓ ରାଜ୍ୟରେ ଲୁଚି ରହିଥିଲେ। ଖୋଜାଖୋଜି କରିଥିଲେ ମଧ୍ୟ ସେତିକିବେଳେ ପୋଲିସ ତାଙ୍କୁ ଧରିବାରେ ବିଫଳ ହୋଇଥିଲା। ହେଲେ ପୋଲିସ ମାମଲାର ତଦନ୍ତ ଜାରି ରଖିଥିଲା। ପୋଲିସ ଶୁକ୍ରବାର ଅଭିଯୁକ୍ତ ମୌଲାନାଙ୍କୁ ଜାମସେଦପୁରରୁ ଗିରଫ କରିଥିବା କଟକ ଡିସିପି ସୂଚନା ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।