ମହାକାଶର ଗାର୍ଡେନ

Jul 13, 2026 - 15:23
ମହାକାଶର ଗାର୍ଡେନ

 

ମହାକାଶରେ ଭାସମାନ ଅବସ୍ଥାରେ ଥିବା ଏକ କୁନି ବଗିଚା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି, ଯାହାର ଝଲକ ମହାକାଶଚାରୀ ସୋଫି ଆଡେନୋଟ୍ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ସେୟାର କରିଛନ୍ତି । କଲମ୍ବସରୁ ନିକଟରେ ଆସିଥିବା ଟାଇମଲାପ୍ସ ଭିଡିଓରେ ଦେଖାଯାଉଥିବା ଗୋଲାପି ରଙ୍ଗର ଆଲୋକ ପ୍ରକୃତରେ ମହାକାଶ ଷ୍ଟେସନର ପନିପରିବା ଉତ୍ପାଦନ ପ୍ରଣାଳୀ ଭେଜିରୁ ବାହାରୁଛି, ଯେଉଁଥିରୁ ନିର୍ଗତ ମାଜେଣ୍ଟା-ଗୋଲାପି ଆଲୋକ ଗଛର ବୃଦ୍ଧି ପାଇଁ ସବୁଠାରୁ ଉପଯୁକ୍ତ ଅଟେ । ଏକ୍ସପେଡିସନ ୭୪ସମୟରେ ଏହି ସ୍ପେସ୍ ଗାର୍ଡେନରେ ଭେଜ-୦୬ନାମକ ଏକ ପରୀକ୍ଷଣ କରାଯାଇଥିଲା, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶୂନ୍ୟ ମାଧ୍ୟାକର୍ଷଣ ବଳରେ ଆଲଫାଲଫା ଗଛ ଏବଂ ଉପକାରୀ ବ୍ୟାକ୍ଟେରିଆ ମିଶି ବାୟୁମଣ୍ଡଳରୁ କିଭଳି ନାଇଟ୍ରୋଜେନ୍ ଗ୍ରହଣ କରି ପୋଷକ ତତ୍ତ୍ୱରେ ପରିଣତ କରୁଛନ୍ତି । ତାହା ଅଧ୍ୟୟନ କରିବା ଏବଂ ପୃଥିବୀରେ ଗଛକୁ ସିଧା ଠିଆ ହେବାରେ ସାହାଯ୍ୟ କରୁଥିବା ଲିଗ୍ନିନ୍ନାମକ ପଦାର୍ଥ ମହାକାଶରେ କିଭଳି ବଦଳୁଛି ତାହା ଜାଣିବା । ମହାକାଶଚାରୀମାନଙ୍କ ଦ୍ୱାରା ଏହି ଗଛଗୁଡ଼ିକର ସଫଳ ଅମଳ କରାଯିବା ପରେ ସେଗୁଡ଼ିକୁ ଫ୍ରିଜରରେ ରଖି ସିଆରଏସ ଏସପିଏକ୍ସ ୩୪ କାର୍ଗୋ ଡ୍ରାଗନ୍ ସାହାଯ୍ୟରେ ପୃଥିବୀକୁ ଅଧିକ ଗବେଷଣା ପାଇଁ ପଠାଯାଇଛି । ସୋଫି କହିଛନ୍ତି ଯେ, ଏହି ବଗିଚାରେ କାମ କରିବା ଦ୍ୱାରା ସେମାନଙ୍କୁ ନିଜ ଘରର ଅନୁଭୂତି ମିଳିଥାଏ । ଭବିଷ୍ୟତର ଦୀର୍ଘ ମହାକାଶ ଅଭିଯାନରେ ସତେଜ ଖାଦ୍ୟର ଉତ୍ପାଦନ ମହାକାଶଚାରୀଙ୍କ ପୋଷଣ ସହ ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ଏହା ସହିତ ନାଇଟ୍ରୋଜେନ୍ ପ୍ରକ୍ରିୟାକରଣର ଏହି ଗବେଷଣା ପୃଥିବୀରେ ମାଟିର ଗୁଣବତ୍ତା ବଢ଼ାଇବା ଏବଂ କୃଷି ଓ ଜଙ୍ଗଲ ବିଜ୍ଞାନର ଉନ୍ନତିରେ ମଧ୍ୟ ବେଶ୍ ସହାୟକ ହେବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।