ମହାକାଶରେ ଯୋଗ

Jul 30, 2026 - 16:01
ମହାକାଶରେ ଯୋଗ

 

ଅନେକ ସମୟରେ ମହାକାଶଚାରୀମାନେ ବିଭିନ୍ନ ପ୍ରକାର ନିଆରା ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିଥାଏ । ସେହିଭଳି ଏକ ଷ୍ଟଣ୍ଟ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ୟୁରୋପିଆନ୍ ସ୍ପେସ୍ ଏଜେନ୍ସିର ମହାକାଶଚାରୀ  ସୋଫି ଏଡେନୋ ଶୂନ୍ୟ ମହାକାଶରେ ଭାସି ଭାସି ଯୋଗ କରୁଥିବାର ଏକ ଭିଡିଓ ସେୟାର କରିଛନ୍ତି । ଗୁରୁତ୍ୱାକର୍ଷଣ ନଥିବା ସ୍ଥାନରେ ଚାଲିବା ସହଜ ହୋଇ ନଥିବା ବେଳେ ସେ ସ୍ପେସ୍ ଷ୍ଟେସନର କାନ୍ଥରେ ଥିବା ହ୍ୟାଣ୍ଡେଲ୍, ଫୁଟ୍ ରେଷ୍ଟ୍ରାଣ୍ଟ ଓ ନିଜ ଶରୀରର ସନ୍ତୁଳନ ସାହାଯ୍ୟରେ ବିଭିନ୍ନ ଯୋଗ ମୁଦ୍ରା ପ୍ରଦର୍ଶନ କରିଛନ୍ତି । ଦିନସାରା କାମ କରିବା ପରେ ଶରୀରକୁ ଆରାମ ଦେବା ପାଇଁ ସେ ପ୍ରତି ସନ୍ଧ୍ୟାରେ ପ୍ରାୟ ୩୦ ମିନିଟ୍ 'ୟିନ୍ ଯୋଗ' କରୁଥିବା ବିଷୟରେ ଜଣାଇଛନ୍ତି ଏବଂ ଖୁବ୍ଶୀଘ୍ର ସେ ଅନ୍ତରୀକ୍ଷରେ ଯୋଗ କରିବା ସମ୍ପର୍କରେ ଏକ ବିସ୍ତୃତ ଭିଡିଓ ସେୟାର କରିବେ ବୋଲି ସୂଚନା ଦେଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।