ମନ୍ଦିରରେ ସିନ୍ଦୂର ଦେଇ ମିଛ ବିବାହ, ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ; ଗିରଫ କଲା ପୋଲିସ
ନନ୍ଦିଘୋଷ ବ୍ୟୁରୋ : ମଥାରେ ସିନ୍ଦୂର ଦେଇ ମନ୍ଦିରରେ ମିଛ ବିବାହ। ଏହାପରେ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଜଣେ ମହିଳା। ଅଭିଯୋଗ ଆଧାରରେ ଅଭିଯୁକ୍ତ ଆକାଶ କହଁରଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ। ଆକାଶଙ୍କ ଘର ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ରତନପୁର ଅଞ୍ଚଳରେ। ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ବିବାହ ବିଚ୍ଛେଦ ପରେ ୨୦୨୧ ମସିହାରେ ସୋସିଆଲ ମିଡିଆ ଜରିଆରେ ଆକାଶଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା। ଅଭିଯୋଗ ଅନୁସାରେ, ଆକାଶ ମହିଳାଙ୍କୁ ପୁରୀ ନେଇ ସେଠାରେ ତାଙ୍କ ସହ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ।
ଏନେଇ ମହିଳା ଥାନାରେ ଅଭିଯୋଗ କରିବାକୁ ଯିବା ପରେ ଅଭିଯୁକ୍ତ ଆକାଶ ମନ୍ଦିରରେ ମଥାରେ ସିନ୍ଦୂର ଦେଇ ଫିଲ୍ମ ଷ୍ଟାଇଲରେ ବିବାହ କରିଥିବା ଅଭିଯୋଗ ହୋଇଛି। ହେଲେ ବିବାହ ପରେ ଆକାଶ ଆଉ ମହିଳାଙ୍କ ଧରାଛୁଆଁ ଦେଇନଥିବା ଅଭିଯୋଗ ହୋଇଛି। ଏନେଇ ବୌଦ୍ଧରେ ଜିରୋ ଏଫ୍ଆଇଆର୍ ହେବା ପରେ ଭରତପୁର ଥାନା ପୋଲିସ ବୌଦ୍ଧରୁ ଅଭିଯୁକ୍ତ ଆକାଶ କହଁରଙ୍କୁ ଗିରଫ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Learn Data Science & Analytics at IAIAC.IN
Learn in-demand data skills with hands-on projects and mentor support.