ମଦ୍ୟପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଅଭିଯାନ, ୨୦ରୁ ଉର୍ଦ୍ଧ୍ବ ଅଟକ
ହାଟଡିହୀ/ଛେନାପଦୀ,୧୮।୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପୋଲିସ ସର୍ବସାଧାରଣ ସ୍ଥାନରେ ଖୋଲାଖୋଲି ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଏକ କାର୍ଯ୍ୟାନୁଷ୍ଠାନ ଅଭିଯାନ ଆରମ୍ଭ କରିଛି । ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ଅଭିଯାନ ଆରମ୍ଭ ହୋଇଛି ।
ଏସଡିପିଓଙ୍କ ସୂଚନା ଅନୁସାରେ ଏହି ଅଭିଯାନ ସମୟରେ, ଅନେକ ଉଲ୍ଲଙ୍ଘନକାରୀଙ୍କୁ ଅଟକ ରଖାଯାଇଥିଲା । ସର୍ବସାଧାରଣ ସ୍ଥାନରେ ମଦ୍ୟପାନର ଆଇନଗତ ପରିଣାମ ବିଷୟରେ ସେମାନଙ୍କୁ ସଚେତନ କରାଯିବା ଏବଂ ଭବିଷ୍ୟତରେ ଏଭଳି ଅବୈଧ ଓ ଅଶାନ୍ତିକର ଆଚରଣରୁ ଦୂରେଇ ରହିବା ପାଇଁ କଡ଼ା ଚେତାବନୀ ଦିଆଯାଇଥିଲା । ପରେ ଅଟକ ବ୍ୟକ୍ତିମାନଙ୍କୁ ଛାଡି ଦିଆଯାଇଥିବା ବେଳେ ଭବିଷ୍ୟତରେ ଏପରି ନକରିବାକୁ ସତର୍କ କରାଯାଇଛି । ଏସଡିପିଓ କମଳ କୁମାର ପଣ୍ଡା କହିଛନ୍ତି ଯେ ସାର୍ବଜନୀନ ଶାଳୀନତା ବଜାୟ ରଖିବା, ଶାନ୍ତି ଓ ସୁଶୃଙ୍ଖଳା ସୁନିଶ୍ଚିତ କରିବା ଏବଂ ଉପଖଣ୍ଡ ଅଞ୍ଚଳରେ ଆଇନର ଶାସନ ବଜାୟ ରଖିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଆଗକୁ ଏହି ଅଭିଯାନ ଅଧିକ କ୍ରିୟାଶୀଳ ହେବ ବୋଲି କହିଛନ୍ତି ।
Dharitri – Odisha’s No.1 Odia Daily
The post ମଦ୍ୟପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଅଭିଯାନ, ୨୦ରୁ ଉର୍ଦ୍ଧ୍ବ ଅଟକ appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।