ଭୀମସେନ ଟୁଡୁ ଚାକିରିରୁ ବହିସ୍କୃତ

ଭୁବନେଶ୍ୱର : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିସ୍କୃତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶରେ ତାଙ୍କୁ ଚାରିରୀରୁ ବହିଷ୍କାର କରାଯାଇଛି । ଅପରାଧିକ ମାମଲାରେ ୪୮ଘଣ୍ଟାରୁ ଅଧିକ ଅଟକ ରହିବା ମାମଲାରେ ନିଆଯାଇଛି ଦୃଢ କାର୍ଯ୍ୟାନୁଷ୍ଠାନ । ସରକାରୀ ସେବାରୁ ବହିଷ୍କାର ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ଭବିଷ୍ୟତରେ ଆଉ କୌଣସି ସରକାରୀ ଚାକିରୀ କରି ପାରିବେ ନାହିଁ ବୋଲି ନିର୍ଦେଶ ରହିଛି । ରିମାଣ୍ଡରେ ଆସିଥିବାବେଳେ ଚନ୍ଦ୍ରିକା ଙ୍କ ସହିତ ସମ୍ପର୍କ ଏବଂ ବିବାହ ପାଇଁ ମନ କରିବା କଥା ସେ ମାନିଥିଲେ । ଚନ୍ଦ୍ରିକାଙ୍କ ମୃତଦେହ କାଠଯୋଡ଼ି ନଦୀରୁ ମିଳିବା ପରେ ତାଙ୍କୁ ଗିରଫ କରିଥିଲା ବାରଙ୍ଗ ପୋଲିସ ।