ଭିଜିଲାନ୍ସ ଜାଲରେ ଆରଆଇ
ସୁନ୍ଦରଗଡ଼ : ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ନିରୀକ୍ଷକ । ଲାଞ୍ଚ ନେବାବେଳେ ସୁନ୍ଦରଗଡ଼ା ଜିଲ୍ଲା କୁଆରମୁଣ୍ଡା ତହସିଲ, କାଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଅନିତା ଜେନା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜମି ଡିମାର୍କେସନ୍ ରିପୋର୍ଟ ପ୍ରଦାନ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସୂଚନା ମିଳିଛି ।
ସୂଚନାନୁସାରେ, ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡ ତହସିଲ ଅନ୍ତର୍ଗତ କାଲୋସିହିରିଆର ଜଣେ ଆବେଦନକାରୀଙ୍କ ପୈତୃକ ଜମିର ସୀମା ନିର୍ଦ୍ଧାରଣ (ଡିମାର୍କେସନ) ରିପୋର୍ଟ ପ୍ରଦାନ କରିବା ପାଇଁ ୪,୦୦୦ ଟଙ୍କା ଲାଞ୍ଚ ଦାବି କରି ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । କିଛିମାସ ପୂର୍ବରୁ ଆବେଦନକାରୀ ଜମି ଡିମାର୍କେସନ ପାଇଁ ଆବେଦନ କରିଥିଲେ । ତେବେ ଆବେଦନକାରୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଆର.ଆଇ ଅନିତା ଜେନା ରିପୋର୍ଟ ପ୍ରଦାନ କରିବାରେ ବିଳମ୍ବ କରୁଥିଲେ । ଏହାପରେ ସେ ଆବେଦନକାରୀଙ୍କ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କିନ୍ତୁ ଲାଞ୍ଚ ଦେବାରେ ବିଳମ୍ବ କରିବାରୁ ସେ ଆବେଦନକାରୀଙ୍କୁ ବିଭିନ୍ନ ପ୍ରକାର ହଇରାଣ କରିଆସୁଥିଲେ । ଏନେଇ ଆବେଦନକାରୀ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ଅନୁସାରେ, ଗତକାଲି ଅନିତା ଜେନା ଲାଞ୍ଚ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ତାଙ୍କ ଠାରୁ ଲାଞ୍ଚ ଟଙ୍କା ୪,୦୦୦ ଟଙ୍କା ଜବତ କରାଯାଇଛି । ଆରଆଇଙ୍କ ସହିତ ଜଡିତ ତିନୋଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।