ଭାରତୀୟଙ୍କୁ ପସନ୍ଦ ଆସୁଛି ଚାଟ୍ଜିପିଟି, ୧ ବିଲିୟନ ଅତିକ୍ରମ କଲା ଇମେଜ୍ ୨.୦
ନୂଆଦିଲ୍ଲୀ,୧୯।୫ : ଭାରତରେ ଚାଟ୍ଜିପିଟି ଇମେଜ୍ରେ ଛବି ପ୍ରସ୍ତୁତି ୧ ବିଲିୟନ (୧୦୦ କୋଟି) ଅତିକ୍ରମ କରିଥିବା ଓପନଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ ସୋମବାର କହିଛନ୍ତି । ଚାଟ୍ଜିପିଟି ଇମେଜ୍ ୨.୦ ଭାରତ ଆସିବାର ମାସେରୁ କମ୍ ସମୟ ମଧ୍ୟରେ ଏହି ସଫଳତା ମିଳିଛି। ସୂଚନାଯୋଗ୍ୟ, ଏପ୍ରିଲ ୨୧ରେ ଭାରତରେ ଚାର୍ଟଜିପିଟି ଇମେଜ୍ ୨.୦ ରିଲିଜ୍ ହୋଇଥିଲା। ଚାଟ୍ଜିପିଟିର ମାଲିକାନା ଓପନ୍ଏଆଇ ପାଖରେ ରହିଛି। ଓପନ୍ଏଆଇ ଶେୟାର କରିଥିବା ତଥ୍ୟ ଅନୁଯାୟୀ, ଲୋକମାନେ ଛବି ପ୍ରସ୍ତୁତି ପାଇଁ ସିନେମାଟିକ୍ ପୋଟେର୍ରଟ୍ କଲେଜ, ମିନି ମି ଓ୍ବାଲର୍ଡ, ଅଣ୍ଡରଓ୍ବାଟର ପୋର୍ଟ୍ରେଟ୍, ଆନିମ୍, ଚିବି ଷ୍ଟିକର ପ୍ୟାକ୍, ମାଙ୍ଗା କମିକ୍ ଷ୍ଟ୍ରିପ୍, ଏନ୍ହାନ୍ସ, ଫେଶନ ଷ୍ଟୁଡିଓ ପୋର୍ଟ୍ରେଟ୍ ଆଦି ଅଧିକ ବ୍ୟବହାର କରୁଛନ୍ତି।
ଭାରତରେ ଏହି ପ୍ରମ୍ପ୍ଟଗୁଡ଼ିକର ଲୋକପ୍ରିୟତା ଦର୍ଶାଉଛି ଯେ, ଏଆଇ ଇମେଜ୍ ଜେନେରେଶନ ସହାୟତାରେ ଫଟୋ ବା ଚିତ୍ର ପ୍ରସ୍ତୁତ କରିବା କେବଳ କାମ କରିବା ବା ଉତ୍ପାଦକତା ବଢ଼ାଇବା ପାଇଁ ଏକ ସାଧନ ହୋଇ ରହିନାହିଁ, ବରଂ ଏହା ଏକ ସୃଜନଶୀଳ ସଂସ୍କୃତି ଆଡ଼କୁ ବିକଶିତ ହେଉଛି। ଏହି ଧାରା ପଛର ବଡ଼ କାରଣ ହେଲା ନୂଆ ମଡେଲଟି କେତେ ସହଜରେ ବ୍ୟବହାରଯୋଗ୍ୟ ବୋଲି ଲାଗୁଛି।
Dharitri – Odisha’s No.1 Odia Daily
The post ଭାରତୀୟଙ୍କୁ ପସନ୍ଦ ଆସୁଛି ଚାଟ୍ଜିପିଟି, ୧ ବିଲିୟନ ଅତିକ୍ରମ କଲା ଇମେଜ୍ ୨.୦ appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।