ଭକ୍ତଙ୍କ ମେଳରେ କାଳିଆ ସାଆନ୍ତ,  ଭାଇ-ଉଉଣୀ ସହ ରଥାରୁଢ଼ ବଡ଼ ଠାକୁର

Jul 16, 2026 - 16:19
ଭକ୍ତଙ୍କ ମେଳରେ କାଳିଆ ସାଆନ୍ତ,  ଭାଇ-ଉଉଣୀ ସହ ରଥାରୁଢ଼ ବଡ଼ ଠାକୁର

"ପୁରୀ:   "ଲାଗିଲା ଲୀଳା..."   ସହ ସହ ଭକ୍ତଙ୍କ ମେଳରେ  କଳିଆ ସାଆନ୍ତ ।

କାଳିଆ ଠାକୁରଙ୍କ  ଏହି ଅପୂର୍ବ ଲୀଳା   ‌ବର୍ଷକୁ ଥରେ  ରଥଯାତ୍ରାରେ ଦେଖିବାକୁ ମିଳିଥାଏ ।

କୋତଟି କୋୁଟି ଭକ୍ତଙ୍କ ଆଖିରେ  ଭାବର ଲୁହ।

କଳା ଠାକୁରକୁ ଦେଖିଦେଲେ ଆଖିରୁ ଆପେ ଆପେ ଲୁହ ଗଡି ଆସେ ।

ଏ କାଳିଆର ଲିଳା ନୁହେଁତ ଆଉ କଣ ।

ଜଗାକୁ ‌ଟିକେ ପାଖରେ ଦେଖିବା ପାଇଁ କେତେ ବ୍ୟାକୁଳ  ଭକ୍ତ ।

ଏହି ରଥଯାତ୍ରା ଉତ୍ସବ  କେବଳ ଭକ୍ତ ଓ ଭଗବାନଙ୍କ ମିଳନର ଏକ ମହାକୁମ୍ଭ।

ରତ୍ନବେଦୀରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ପ୍ରତିଟି ପଦକ୍ଷେପରେ ଭରି ରହିଥାଏ ଏକ ଅପାର୍ଥିବ ଓ ରହସ୍ୟମୟ ଲୀଳା।Advertisment ମହାପ୍ରଭୁଙ୍କ ଏହି ଲୀଳା ଆରମ୍ଭ ହୁଏ 'ପହଣ୍ଡି'ରୁ।

ସେବାୟତଙ୍କ କାନ୍ଧରେ ଝୁଲି ଝୁଲି, ମୁଣ୍ଡରେ ଟାହିଆ ହଲାଇ ଯେତେବେଳେ ଚକାଆଖି ରଥାରୂଢ଼ ହୁଅନ୍ତି, ସେହି ଦୃଶ୍ୟ ଦେଖିଲେ ମନେହୁଏ ସତେ ଯେମିତି ସେ ନିଜେ ଭକ୍ତଙ୍କୁ ଦେଖିବା ପାଇଁ ଅତି ବ୍ୟାକୁଳ।

ଗଜପତି ମହାରାଜାଙ୍କ 'ଛେରା ପହଁରା' ନୀତି ଏକ ବଡ଼ ସାମାଜିକ ଶିକ୍ଷା ଦିଏ ଯେ, କାଳିଆ ସାଆନ୍ତଙ୍କ ଆଗରେ ରାଜା ଓ ପ୍ରଜା ସମସ୍ତେ ସମାନ।

ଅଧିକ ପଢନ୍ତୁ:  Puri Jagannath: କେଉଁ ନାମ ଧରି ଡାକିବି ତୁମକୁ...

ତୁମେ ତ ସର୍ବନାମ ରଥଟଣା ସମୟର ଲୀଳା ସବୁଠାରୁ ନିଆରା।

କେବେ କେବେ ରଥ ଏମିତି ଅଟକିଯାଏ ଯେ ହଜାର ହଜାର ଶ୍ରଦ୍ଧାଳୁ ଟାଣିଲେ ବି ଇଞ୍ଚେ ଘୁଞ୍ଚେ ନାହିଁ, ପୁଣି କେତେବେଳେ ଭକ୍ତର ଆକୁଳ ଭାବକୁ ଶୁଣି ସାମାନ୍ୟ ବଳରେ ରଥ ଗଡ଼ିଚାଲେ।

ଏହା ହିଁ ତ ଜଗାର ଜଗତଜିତା ଲୀଳା। 'ପତିତପାବନ' ବେଶରେ ସେ ମନ୍ଦିର ବାହାରକୁ ଆସି ପତିତ, ଅସ୍ପୃଶ୍ୟ ଓ ଦୀନ ଦୁଃଖୀଙ୍କୁ ଦର୍ଶନ ଦେଇ କୃତାର୍ଥ କରନ୍ତି।

ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରି ମହାପ୍ରଭୁ ଏହି ବାର୍ତ୍ତା ଦିଅନ୍ତି ଯେ, ସେ କେବଳ ମନ୍ଦିରର ଚାରିକାନ୍ଥ ଭିତରେ ଆବଦ୍ଧ ନୁହଁନ୍ତି, ବରଂ ସେ ପ୍ରତିଟି ଭକ୍ତର ହୃଦୟରେ ଓ ବଡ଼ଦାଣ୍ଡର ଧୂଳିକଣାରେ ବିଦ୍ୟମାନ।

ସେଥିପାଇଁ ତ କୁହାଯାଏ  "ଜଗନ୍ନାଥ ଯାହାର, କି ଭୟ ତାହାର"।

ଏହି ଲୀଳାମୟ ଠାକୁରଙ୍କ ରଥଯାତ୍ରା ହେଉଛି ମୈତ୍ରୀ, ଭକ୍ତି ଓ ସମର୍ପଣର ଚରମ ନିଦର୍ଶନ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।