ବୌଦ୍ଧରେ ଗଞ୍ଜେଇ କାରବାରକୁ ନେଇ ବଡ଼ ଆକ୍ସନ୍

Aug 29, 2026 - 13:53
ବୌଦ୍ଧରେ ଗଞ୍ଜେଇ କାରବାରକୁ ନେଇ ବଡ଼ ଆକ୍ସନ୍

ନନ୍ଦିଘୋଷ ବ୍ୟୁରୋ :  ବୌଦ୍ଧରେ ଗଞ୍ଜେଇ କାରବାରକୁ ନେଇ ଭାଇରାଲ ଅଡିଓ ପରେ ବଡ଼ ଆକ୍ସନ୍‌ । ବୌଦ୍ଧରେ ଗଞ୍ଜେଇ କାରବାର ସହ ପୋଲିସ ବିଭାଗର କିଛି କର୍ମଚାରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଉଠିବା ପରେ ବିଭାଗୀୟ ସ୍ତରରେ ହୋଇଛି କଡ଼ା କାର୍ଯ୍ୟାନୁଷ୍ଠାନ । ବଘିଆପଡ଼ା ଫାଣ୍ଡି ଏସ୍‌ଆଇ ପ୍ରାଣବନ୍ଧୁ ସାହୁଙ୍କୁ ନିଲମ୍ବିତ କରାଯାଇଥିବା ବେଳେ, ଗଞ୍ଜେଇ ନେଇ ଯାଇ ଧରାପଡ଼ିଥିବା ହୋମଗାର୍ଡ ମାନଭଞ୍ଜ ଜଗଦଲାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

ଗଞ୍ଜେଇ କାରବାର ସହ ପୋଲିସ ବିଭାଗର ଯେକୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି । ଗଞ୍ଜେଇ କାରବାରକୁ ରୋକିବା ପାଇଁ ବୌଦ୍ଧ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଛି । ଫାଣ୍ଡି ପୋଲିସ ଜବତ କରିଥିବା ଗଞ୍ଜେଇକୁ ହେପାଜତରୁ ବାହାରକୁ ଚୋରା ଚାଲାଣ କରାଯାଇଥିବା ଅଭିଯୋଗ ଉଠିଥିଲା । ଗତ ୨୨ ତାରିଖରେ ଭାଇରଲ ହୋଇଥିଲା ଏକ ଚାଞ୍ଚଲ୍ୟକର ଅଡିଓ ।

ଏହି ଅଡିଓରେ ଗଞ୍ଜେଇ ଜବତ, ଚାଲାଣ ଏବଂ ଟଙ୍କା କାରବାରକୁ ନେଇ ହୋଇଥିବା କଥାବାର୍ତ୍ତା ସାମ୍ନାକୁ ଆସିଥିଲା । ଘଟଣାରେ ପ୍ରାୟ ୧ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଏହି ଘଟଣାରେ ଦୁଇ ଯୁବକଙ୍କ ସହ ଜଣେ ହୋମଗାର୍ଡ ମଧ୍ୟ ଧରାପଡ଼ିଥିବା କୁହାଯାଇଥିଲା । ପଚରାଉଚରା ବେଳେ ଗଞ୍ଜେଇ ବଘିଆପଡା ଫାଣ୍ଡିରୁ ଆସିଥିବା ନେଇ ସେମାନେ କହିଥିବା ଅଡିଓରେ ଦାବି କରିଥିଲେ ।ପରେ ଜଣେ ସବ୍‌-ଇନ୍ସପେକ୍ଟର ଫାଣ୍ଡି ଅଧିକାରୀଙ୍କୁ ଫୋନ୍‌ରେ ପଚାରିଥିବା ବେଳେ ହୋଇଥିବା କଥାବାର୍ତ୍ତା ମଧ୍ୟ ଭାଇରଲ ହୋଇଥିଲା । କଥାବାର୍ତ୍ତାରେ ୨ କୁଇଣ୍ଟାଲ ୭୦ କେଜି ଗଞ୍ଜେଇ ଦିଆଯାଇଥିବା ଏବଂ ଟଙ୍କା ଆସିଥିବା ଭଳି ଦାବି ଶୁଣିବାକୁ ମିଳିଥିଲା ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)