ବିଜେପି ନେତାଙ୍କୁ ହତ୍ୟା,୨ ଅଟକ

Aug 06, 2026 - 12:04
ବିଜେପି ନେତାଙ୍କୁ ହତ୍ୟା,୨ ଅଟକ

ଭବାନୀପାଟଣା : ପୂର୍ବ ଶତ୍ରୁତାରୁ ବିଜେପି ନେତାଙ୍କୁ ହତ୍ୟା । କଳାହାଣ୍ଡି-ବିଜେପି ନେତା ଫକୀର ରଣାଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ୪ ଜଣଙ୍କ ନାଁରେ ଅଭିଯୋଗ ହୋଇଛି । ୨ ଜଣକୁ ପୋଲିସ ଅଟକ ରଖିଥିବା ବେଳେ ଦୁଇ ଜଣ ସନ୍ଦିଗ୍ଧ ଫେରାର ଅଛନ୍ତି । କିଏ ଓ କାହିଁକି ବିଜେପି ନେତା ଫକୀର ରଣାଙ୍କୁ ହତ୍ୟା କଲା, ତାକୁ ତଦନ୍ତ ଜୋରଦାର କରିଛି ପୋଲିସ । 

ମୃତକ ଫକୀର ରଣା ହେଉଛନ୍ତି କାର୍ଲାମୁଣ୍ଡା ସରପଂଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ । ଗତକାଲି ସନ୍ଧ୍ୟା ସମୟରେ ଫକୀର ରଣା କାମ ସାରି ଘରକୁ ଫେରୁଥିବା ବେଳେ ଡ଼ମ କାର୍ଲାମୁଣ୍ଡା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ ଦୁର୍ବୁତ୍ତ । ଗୁରୁତର ଅବସ୍ଥାରେ ଫକୀରଙ୍କୁ ସ୍ଥାନୀୟ ଡାକ୍ତରଖାନା ଅଣାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ହତ୍ୟା ପରେ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାର ଖବର ପାଇ ମଦନପୁର ରାମପୁର ଥାନା ପୋଲିସ ଓ କେସିଙ୍ଗା ଏସଡିପିଓ ତଦନ୍ତ କରୁଛନ୍ତି । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଘଟଣାରେ ସମ୍ପୃକ୍ତ ୨ ଜଣକୁ ଗିରଫ କରାଯାଇଥିବା ବେଳେ ଆଉ ୨ଜଣ ଫେରାର ଅଛନ୍ତି । ଫକୀର ରଣାଙ୍କର କାହା ସହ ଶତ୍ରୁତା ଥିଲା ଏନେଇ ତଦନ୍ତ ଜାରି ରହିଛି । ଠିକା କାମକୁ ନେଇ ଫକୀର ରଣାଙ୍କୁ ହତ୍ୟା ହୋଇଛି କି ? ଏ ସମସ୍ତ ଦିଗକୁ ନେଇ ପୋଲିସ ଛାନବିନ୍ କରୁଛି ପୋଲିସ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।