ବାପାଙ୍କୁ ବଞ୍ଚାଇବାକୁ ଯାଇ ପୁଅର ମୃତ୍ୟୁ, ଏକାଠି ଜଳିଲା ବାପା-ପୁଅଙ୍କ ଜୁଇ
ନନ୍ଦିଘୋଷ ବ୍ୟୁରୋ: କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ। ସ୍ୱାମୀକୁ ହରାଇ ବାହୁନି କାନ୍ଦୁଚି ସ୍ତ୍ରୀ। ଭାଇର ଶବ ଦେଖି ଚେତା ଶୁନ୍ୟ ହେଇଯାଉଛି ଆଉ ସ୍ମଶାନ ମାଟିରେ ଲୋଟି ପଡୁଛି ଭଉଣୀ। ଏକା ସାଙ୍ଗରେ ଜଳୁଛି ବାପା ପୁଅଙ୍କ ଜୁଇ। ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ହରିପୁର ଗାଁର ଶ୍ମଶାନର ଦୃଶ୍ୟ। ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି କାନ୍ଦୁଛି ପୂରା ଗାଁ। ସମସ୍ତଙ୍କ ଆଖିରୁ ଝରୁଛି ଲୁହ। ଗତକାଲି ବିଦ୍ୟୁତ ଆଘାତରେ ବୃଦ୍ଧ ବାପା ରବୀନ୍ଦ୍ର ଗୁରୁ ଓ ଭେଣ୍ଡିଆ ପୁଅ ପବିତ୍ର ଗୁରୁଙ୍କ ମୃତ୍ୟୁ ହୋଇଥିଲା। ଯେତେବେଳେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପହଞ୍ଚିଥିଲା, ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ।
ଜଙ୍ଗଲି ଜନ୍ତୁଙ୍କ କବଳରୁ ଫସଲକୁ ସୁରକ୍ଷା ଦେବାପାଇଁ ବିଲ ହୁଡାରେ ଲଗାଯାଇଥିଲା ବିଦ୍ୟୁତ ତାରବାଡ଼ । ସଂନ୍ଧ୍ୟାରେ ଫସଲ ଜଗିବାକୁ ବାପା ବିଲକୁ ଯାଇଥିବାବେଳେ ଅସାବଧାନତା ବଶତଃ ବିଦ୍ୟୁତ ସଂଯୋଗ ଥିବା ତାରରେ ଲାଗି ଛଟପଟ ହେଉଥିଲେ। ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅର ମଧ୍ୟ ଜୀବନ ଯାଇଥିଲା। ନାଚୁଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏକ ଅପରାଧିକ ମାମଲା ରୁଜୁ କରି ତଦନ୍ତ କରୁଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
