ବନ୍ୟାଞ୍ଚଳ କ୍ଷୟକ୍ଷତି,୩ ଦିନରେ ରିପୋର୍ଟ ଦେବାକୁ ନିର୍ଦେଶ
ଭୁବନେଶ୍ୱର : ଗ୍ରାମ୍ୟ ଉନ୍ନୟନ,ପଂଚାୟତରାଜ ବିଭାଗକୁ ବନ୍ୟା କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ନିର୍ଦେଶ । ୩ ଦିନ ମଧ୍ୟରେ ରିପୋର୍ଟଦେବାକୁ ନିର୍ଦେଶ ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ମନ୍ତ୍ରୀ କହିଛନ୍ତି ବନ୍ୟାରେ ପ୍ରାୟ ୧୫ଟି ଜିଲ୍ଲା ପ୍ରଭାବିତ ହୋଇଛି ଅନେକ ରାସ୍ତା କ୍ଷୟ ହୋଇଛି । ଆକଳନ କରି ୩ ଦିନ ମଧ୍ୟରେ ସଠିକ ତଥ୍ୟ ଦେବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ପାଣି ଥିବାରୁ ଅଧିକାରୀମାନେ ପ୍ରଭାବିତ ଅଂଚଳକୁ ଯାଇପାରି ନାହାନ୍ତି । ପାଣି କମିଗଲେ ତଳ ସ୍ତରକୁ ଯାଇ ସଠିକ ସ୍ଥିତି ଅନୁଧ୍ୟାନ କରିବେ ଅଧିକାରୀ । ପ୍ରଭାବିତ ଅଂଚଳର ପିଇବା ପାଣି ର ସମାଧାନ କରି ଟାଙ୍କି ବ୍ୟବସ୍ଥା ସହ ମୋବାଇଲ ଭ୍ୟାନ୍ ର ବ୍ୟବସ୍ଥା ହୋଇଛି । ଲୋକଙ୍କ ସରକାର ଲୋକଙ୍କ ସେବା ପାଇଁ ସର୍ବଦା ପ୍ରସ୍ତୁତ ଅଛୁ ଇ ସଠିକ କ୍ଷତି ପୁରାଣ ମିଳିବ ଧୈର୍ଯ୍ୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।