ଫସଲ ନଷ୍ଟ କରୁଛି ଚକଡ଼ା ପୋକ

Oct 11, 2026 - 17:42
ଫସଲ ନଷ୍ଟ କରୁଛି ଚକଡ଼ା ପୋକ

କଣ୍ଟାବାଞ୍ଜି : ଚାଷୀ ମୁଣ୍ଡରେ ଚଡ଼କ। ଫସଲ ନଷ୍ଟ କରୁଛି ଚକଡ଼ା ପୋକ। ଶହ ଶହ ହେକ୍ଟର ଚାଷ ଜମିରେ ମାଡ଼ଗଲେଣି ପୋକ। ସାର, କୀଟନାଶକ ପକାଇ  ନୟାନ୍ତ ଚାଷୀ। ଏ ଦୃଶ୍ୟ ହେଉଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ  ଚୂଲିଫୁଙ୍କା, କପିଲାଭଟା, ଗନ୍ଧରାବନ୍ଧ ଓ ବଲଧା ପଞ୍ଚାୟତର। ଏଠାକାର ଶହ ଶହ ହେକ୍ଟର ଚାଷ ଜମିରେ ଚକଡା ପୋକ ଲାଗି ଧାନ ଫସଲ ନଷ୍ଟ ହୋଇଛି। ବର୍ଷ ତମାମ ଜମିରେ ହାଡଭଙ୍ଗା ପରିଶ୍ରମ କରି ଭଲ ଚାଷ ହେବ ବୋଲି ଆଶା କରିଥିଲେ ଚାଷୀ। ହେଲେ ଚକଡ଼ା ପୋକ ଚାଷୀଙ୍କ ସ୍ୱପ୍ନକୁ ଚୁରମାର କରିଦେଇଛି। ଚାଷ ଜମିରେ ବିଭିନ୍ନ ସାର ଓ କିଟନାଶକ ଔଷଧ ସିଞ୍ଚନ କଲେ ମଧ୍ୟ ପୋକ ମରୁନଥିବା  ଅଭିଯୋଗ କରିଛନ୍ତି ଚାଷୀ।

କରଜ କରି ଧାନ ଚାଷ କରିଥିଲେ ଚାଷୀ। ତେବେ ଚକଡା ପୋକ ଲାଗି ଫସଲ ନଷ୍ଟ ହେବାରୁ ଆଗକୁ କଣ କରିବେ ସେହି ଚିନ୍ତା ଘାରିଛି। ସେପଟେ ଚକଡ଼ା ପୋକ ସମ୍ବନ୍ଧୀୟ କ୍ଷୟକ୍ଷତି ପ୍ରତି କୃଷି ବିଭାଗ ସମ୍ପୂର୍ଣ୍ଣ ସଚେତନ ଥିବା ନେଇ ବଙ୍ଗୋମୁଣ୍ଡା ବ୍ଲକ କୃଷି ଅଧିକାରୀ କହିଛନ୍ତି। ଫସଲରେ ପୋକ କିପରି ନ ଲାଗିବ ସେଥିପାଇଁ ସ୍ୱତନ୍ତ୍ର କିଟନାଶକ ଦିଆଯାଉଛି । ପ୍ରଭାବିତ ଗାଁ ଗୁଡିକୁ ଯାଇ କୃଷି ବିଭାଗ ସର୍ଭେ କରୁଥିବା ସେ କହିଛନ୍ତି।

କେବେ ଚାଷୀଙ୍କୁ ମିଳିବ ଉଚିତ୍ କ୍ଷତିପୂରଣ। ତାହା ଦେଖିବାକୁ ବାକି ରହିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)