ପ୍ରଥମଥର ଏକାଠି

Jul 14, 2026 - 16:34
ପ୍ରଥମଥର ଏକାଠି

 

ଦୁଲକର ସଲମାନ ନିଜର ଅପକମିଂ ପ୍ରୋଜେକ୍ଟର ନାମ 'ଶ୍ରୀ ଶ୍ରୀ' ବୋଲି ଘୋଷଣା କରିଛନ୍ତି । ଅଭିନେତା ସୋସିଆଲ ମିଡିଆରେ ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟର ସେୟାର କରି ଏହି ସୂଚନା ଦେଇଛନ୍ତି। ତେବେ ଏହି ସିନେମା ଜରିଆରେ ଦୁଲକର ଏବଂ ପୂଜା ହେଗଡେ ପ୍ରଥମ ଥର ପାଇଁ ବଡ଼ ପରଦାରେ ଏକାଠି ନଜର ଆସିବେ । ସୂଚନା ଅନୁସାରେ ଫିଲ୍ମର ସୁଟିଂ ବହୁ ପୂର୍ବରୁ ଆରମ୍ଭ ହୋଇସାରିଛି । ନିର୍ମାତାମାନେ ଏହାର କିଛି ଝଲକ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । ଏହି ଚଳଚ୍ଚିତ୍ରରେ ଧୀକ୍ଷିତ ଶେଟ୍ଟୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ବେଳେ ଏହାର ନିର୍ଦ୍ଦେଶନା ରବି ନେଲାକୁଡିଟି କରିଛନ୍ତି ।  ଏହି ବହୁଭାଷୀ ପ୍ୟାନ୍-ଇଣ୍ଡିଆ ଚଳଚ୍ଚିତ୍ରକୁ ୨୦୨୬ ମସିହାରେ ମୁକ୍ତିଲାଭ କରିବା ପାଇଁ ଯୋଜନା କରାଯାଇଛି । ଉଭୟଙ୍କ ଫ୍ୟାନମାନେ ଏହି ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ସେହିଭଳି ଫିଲ୍ମଟି ଖୁବ ଭଲ ପ୍ରଦର୍ଶନ କରିବବୋଲି ମେକର୍ସମାନେ ମଧ୍ୟ ଆଶା ରଖିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।