ପାହାଳ ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଗିରଫ

Jun 18, 2026 - 15:05
ପାହାଳ ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ପାହାଳରେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା ଘଟଣା ।  ଆଉ ଜଣଙ୍କୁ ଗିରଫ କରିଛି ପୋଲିସ୍ । ମଙ୍ଗଳବାର ମଧ୍ୟରାତ୍ରିରେ ପାହାଳ ଅନନ୍ତପୁରର ପ୍ରଭାତ ବେହେରାଙ୍କୁ ଘରୁ ଡାକି ନେଇ ହତ୍ୟା କରାଯାଇଥିଲା । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଅନନ୍ତପୁରର କୁନୁ ଭୋଇକୁ ଅଟକ ରଖିଛି ପାହାଳ ପୋଲିସ । ଘରୁ କୁନୁ ସହ ସ୍କୁଟିରେ ବାହାରିଥିଲେ ପ୍ରଭାତ। ଘରୁ ବାହାରିବା ପରେ ହତ୍ୟା ସ୍ଥଳକୁ ଆସିଥିଲେ । ଯେଉଁଠି ତାଙ୍କ ମୁହଁରେ ମଦ ବୋତଲରେ ଆକ୍ରମଣ ସହ ମାଡ ମାରି ହତ୍ୟା କରାଯାଇଥିଲା । ସିସିଟିଭିରୁ ପ୍ରମାଣ ପାଇବା ପରେ କୁନୁଙ୍କୁ ଉଠାଇ ଆଣିଛି ପୋଲିସ । 

ସୂଚନାନୁସାରେ, ଗତକାଲି ଅନନ୍ତପୁର ପେଟ୍ରୋଲ ପମ୍ପ କଡ ନିକଟରୁ ମିଳିଥିଲା ମୃତଦେହ । ପ୍ରଭାତଙ୍କର ଆଉ ୪ମାସ ପରେ ବିବାହ ହେବାକୁ ଥିବାବେଳେ ମଙ୍ଗଳବାର ରାତି ୧୨ଟା ବେଳେ ବାଲି ବ୍ୟବସାୟୀ ଟେନିସ ପାତ୍ର ପ୍ରଭାତଙ୍କୁ ଘରୁ ଡାକି ନେଇଥିଲେ । ସେ ହିଁ ମଦ ପିଆଇ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । ଯାହାକୁ ନେଇ ଗାଁ ଲୋକ ଗିରଫ ଦାବିରେ ନିଆଳି ଓ ନଖରା ରାସ୍ତା ଅବରୋଧ କରିଥିଲେ । ପରେ ପୋଲିସ ବୁଝାସୁଝା ପରେ ଆନ୍ଦୋଳନ ହଟିଥିଲା । ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗତକାଲି ଅଟକ ରଖି ପଚରାଉଚରା କରୁଥିଲା । ହାଇଓ୍ବା ମାଲିକ ଓ ତାର ଭାଇକୁ ଅଟକ ରଖିଥିଲା । ଏବେ କୁନୁ ଭୋଇ ଅଟକ ପରେ ହତ୍ୟାର କାରଣ ଖୋଜୁଛି ପୋଲିସ୍ ।