ନେହା ବୋରାଙ୍କ ବିବାଦୀୟ ବୟାନ: ଥାନାରେ ପହଁଚିଲା ମାମଲା !

Nov 04, 2026 - 15:29
ନେହା ବୋରାଙ୍କ ବିବାଦୀୟ ବୟାନ: ଥାନାରେ ପହଁଚିଲା ମାମଲା !

ନନ୍ଦିଘୋଷ ବ୍ୟୁରୋ: ବିବାଦରେ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏସନ୍ ସଭାପତି ନେହା ବୋରା । ମନ୍ଦିରରେ ପୂଜାରୀଙ୍କ ଦ୍ବାରା ମହିଳାଙ୍କ ପ୍ରତି ଯୌନ ନିର୍ଯ୍ୟାତନା ସମ୍ପର୍କରେ ତାଙ୍କର କଥିତ ବୟାନକୁ ନେଇ ସେ ବିବାଦ ଘେରକୁ ଆସିଛନ୍ତି । ଏନେଇ ପୋଲିସ ନେହା ବୋରାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛି । ଦିଲ୍ଲୀ ହାଇକୋର୍ଟର ମହିଳା ଓକିଲ ଅମିତା ସଚଦେବ ସଂସଦ ମାର୍ଗ ଥାନାରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରି ନେହା ବୋରାଙ୍କ ବିରୁଦ୍ଧରେ ଏଫଆଇଆର  ରୁଜୁ କରିବାକୁ ଦାବି କରିଛନ୍ତି । ଯେଉଁଥିରେ ଅଭିଯୋଗ କରାଯାଇଛି ଯେ, ନେହା ବୋରାଙ୍କ ସାର୍ବଜନୀନ ବିବୃତ୍ତି ସମଗ୍ର ପୂଜାରୀ ସମ୍ପ୍ରଦାୟ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ  ଲଗାଇଛି । ଏପରି ବିବୃତ୍ତି ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଏବଂ ଶତ୍ରୁତା ସୃଷ୍ଟି କରିପାରେ,  ଯାହାଦ୍ବାରା ସାର୍ବଜନୀନ ଶାନ୍ତି ଏବଂ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପାରେ । ଏହାସହିତ ଆଇନଜୀବୀ ଅମିତା ସଚଦେବ ଭାରତୀୟ ଦଣ୍ଡ ସଂହିତା ୨୦୨୩ ର ଧାରା ୧୯୬ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଆଇନଗତ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି ।ଏହି ଧାରା ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଏବଂ ଅଶାନ୍ତିକୁ ପ୍ରୋତ୍ସାହିତ କରୁଥିବା କାର୍ଯ୍ୟ ସହିତ ଜଡିତ।

ଏହାସହ ଅଭିଯୋଗରେ ଆହୁରି ମଧ୍ୟ କୁହାଯାଇଛି ଯେ ମତବ୍ୟକ୍ତ କରିବାର ସ୍ୱାଧୀନତା ଏକ ସାମ୍ବିଧାନିକ ଅଧିକାର ହୋଇଥିଲେ ମଧ୍ୟ ଏହାକୁ କୌଣସି ସମ୍ପ୍ରଦାୟ ବିରୁଦ୍ଧରେ ଦାୟିତ୍ୱହୀନ କିମ୍ବା ଉତ୍ତେଜନାପୂର୍ଣ୍ଣ ବୟାନ ଦେବା ପାଇଁ ବ୍ୟବହାର କରାଯାଇପାରିବ ନାହିଁ। ପ୍ରତ୍ୟେକ ବ୍ୟକ୍ତି ଆଇନର ପରିସର ମଧ୍ୟରେ କାର୍ଯ୍ୟ କରିବାକୁ ବାଧ୍ୟ ଏବଂ ସେମାନଙ୍କ ବୟାନ ପାଇଁ ଦାୟୀ ରହିବା ଉଚିତ। ତେଣୁ ସେ ଦାବି କରିଛନ୍ତି ଯେ ବୟାନର ତଦନ୍ତ କରାଯାଉ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

କହିରଖୁଛୁ ଯେ, ମହିଳା ଏବଂ ସମାଜର ଅବହେଳିତ ବର୍ଗଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ନେହା ବୋରା “ବ୍ରାହ୍ମଣ ବ୍ୟବସ୍ଥା” ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ମହିଳା ଏବଂ ଦଳିତ ଗୋଷ୍ଠୀମାନଙ୍କୁ ଏପରି ବ୍ୟବସ୍ଥାରୁ ସୁରକ୍ଷା ଆବଶ୍ୟକ। ସେ ବ୍ରାହ୍ମଣ ମହିଳାଙ୍କ ସୁରକ୍ଷା ଏବଂ ମନ୍ଦିର ପୂଜାରୀଙ୍କ ଆଚରଣ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ମଧ୍ୟ ଦେଇଥିଲେ। ନେହା ବୋରା କହିଥିଲେ, “ସୁରକ୍ଷା ଅତ୍ୟନ୍ତ ଜରୁରୀ, ଏବଂ ଏହି ସୁରକ୍ଷା ବିଶେଷ ଭାବରେ ‘ବ୍ରାହ୍ମଣ ବ୍ୟବସ୍ଥା’ ବିରୁଦ୍ଧରେ ଆବଶ୍ୟକ। କାରଣ ଏହା ଏପରି ଏକ ବ୍ୟବସ୍ଥା ଯାହା ବିଶ୍ୱାସ କରେ ଯେ ଗରିବ, ଶୋଷିତ, ପଶୁ ଏବଂ ମହିଳା ସମସ୍ତେ କେବଳ ଅତ୍ୟାଚାର ଏବଂ ନିର୍ଯାତନାର ଯୋଗ୍ୟ। ଏହି ବ୍ୟବସ୍ଥା ଅଧୀନରେ, ବ୍ରାହ୍ମଣ ମହିଳାମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି ଏବଂ ଯୌନ ନିର୍ଯାତନାର ଶିକାର ହୁଅନ୍ତି। ମନ୍ଦିର ଭିତରେ ପୂଜାରୀମାନେ ଦୁଷ୍କର୍ମ କରନ୍ତି। ଆମେ ଏପରି ଘଟଣା ଦେଖିଛୁ।”

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)