ନିରାମୟରେ ଦିଆଯାଉଛି ଏକ୍ସପାଏରୀ ମେଡିସିନ୍‌

Aug 04, 2026 - 14:52
ନିରାମୟରେ ଦିଆଯାଉଛି ଏକ୍ସପାଏରୀ ମେଡିସିନ୍‌

ବରଗଡ଼ : ନିରାମୟ କେନ୍ଦ୍ରରେ ମିଳୁଛି ଏକ୍ସପାଏରୀ ମେଡିସିନ୍‌ । ପ୍ରେସକ୍ରିପସନରେ ଲେଖାଯାଇଛି ଗୋଟିଏ ମେଡିସିନ, ହେଲେ ରୋଗୀଙ୍କୁ ଅନ୍ୟ ପ୍ରକାର ମେଡ଼ିସିନ ଦିଆଯାଉଛି । ବରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆସିଛି ଏଭଳି ଘଟଣା । ଏହି ମେଡିସିନ ଖାଇବା ପରେ ନାବାଳକର ମୁଣ୍ଡ ବୁଲାଇ ହେବା ସହିତ ବାନ୍ତି ହୋଇଛି । ବରଗଡ଼ ସହର ୧ ନମ୍ବର ୱାର୍ଡ ନିଲିବନ୍ଦପଡ଼ାର ଚୋବନ ସାହୁଙ୍କ ୧୫ ବର୍ଷୀୟ ପୁଅ ମୁକେଶଙ୍କ ହାତ ଆଙ୍କୁଳି କଟି ଯାଇଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ନିରାମୟରୁ ମେଡ଼ିସିନ ନେଇଥିଲେ। କିନ୍ତୁ ଏହି ମେଡିସିନ୍ ଏକ୍ସପାୟରି ଗତ ମେ ୫ ତାରିଖରୁ ହୋଇସାରିଛି। ମେଡ଼ିସିନ ଖାଇବା ପରେ ପିଲାଟି ବାନ୍ତି କରିବା ସହିତ ମୁଣ୍ଡ ବୁଲାଇଥିଲା । ଏହାପରେ ପୂରା ଘଟଣା ପଦାକୁ ଆସିଛି । 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।