ନିଟ -ୟୁଜି ପୁନଃ ପରୀକ୍ଷା ପାଇଁ ଉପଲବ୍ଧ ହେଲା ଆଡମିଟ କାର୍ଡ

Jun 15, 2026 - 17:18
ନିଟ -ୟୁଜି ପୁନଃ ପରୀକ୍ଷା ପାଇଁ  ଉପଲବ୍ଧ ହେଲା ଆଡମିଟ କାର୍ଡ

ଭୁବନେଶ୍ବର : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ବାରା ପରିଚାଳିତ ନିଟ୍‌ ୟୁଜି-୨୦୨୬ ପୁନଃ ପରୀକ୍ଷା ଜୁନ୍ ୨୧ରେ ଅନୁଷ୍ଠିତ ହେବ। ଏଥିନିମନ୍ତେ ଛାତ୍ରଛାତ୍ରୀଙ୍କ ପାଇଁ ଆଡମିଟ୍‌ କାର୍ଡ ଉପଲବ୍ଧ ହୋଇଛି। ଏହି ଆଡମିଟ୍ କାର୍ଡ ଏବେ ନିଟ୍ ଡଟ୍ ଏନଟିଏ ଡଟ୍ ଏନଆଇସି ଡଟ୍ ଇନ୍ କୁ ଲଗଇନ୍ କରି ଆଡମିଟ୍‌ କାର୍ଡ ଡାଉନଲୋଡ କରିପାରିବେ । ତେବେ ଆଡମିଟ୍ କାର୍ଡ ଡାଉନଲୋଡ କରିବା ପୂର୍ବରୁ ରିଫଣ୍ଡ ଲାଗି ନିଜ ବ୍ୟାଙ୍କ ଆକାଉଣ୍ଟ ସୂଚନା ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି ଏନ୍‌ଟିଏ ।

ଏହା ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ୱିତୀୟବାର ପରୀକ୍ଷା ଲାଗି ଆଡମିଟ୍ କାର୍ଟ ଜୁନ ୧୪ ତାରିଖ ସୁଦ୍ଧା ଜାରି କରିଦିଆଯିବ ବୋଲି ଘୋଷଣା କରିଥିଲେ। ସେହିଅନୁସାରେ ଏନଟିଏ ରବିବାର ସୋସିଆଲ ମିଡିଆ ହ୍ୟାଣ୍ଡଲ ଏକ୍ସ ରେ ପୋଷ୍ଟ କରି ରି-ଏଗଜାମିନେସନ ଲାଗି ଆଡମିଟ୍ କାର୍ଡ ଏବେ ଉପଲବ୍ଧ ହେଉଥିବା ସୂଚିତ କରିଛନ୍ତି। ଏଥିରେ ଏନଟିଏ ହେଲପଲାଇନ ନମ୍ବର ୦୧୧-୪୦୭୫୯୦୦୦/୦୧୧-୬୯୨୨୭୭୦୦ ମଧ୍ୟ ଜାରି କରିଛନ୍ତି। ଏହା ସହିତ ଏନଟିଏ ଆଡଭାଇଜରୀ ମଧ୍ୟ ଜାରି ହୋଇଛି।

ସୂଚନାନୁସାରେ, ୨୧ ତାରିଖ ରେ ପରୀକ୍ଷା ମଧ୍ୟାହ୍ନ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର ମୋଟ ଅବଧି ୩ଘଣ୍ଟା ୧୫ ମିନିଟ୍ ରହିବ । ଏଣୁ ପରୀକ୍ଷାର୍ଥୀଙ୍କୁ ପୂର୍ବାହ୍ଣ ୧୧ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପାଇଁ ନିର୍ଦେଶ ରହିଛି । ଅପରାହ୍ଣ ସାଢ଼େ ୧ଟାରେ ଆଉ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । 

ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ମୋଇବାଲ ଫୋନ୍, କାଲକୁଲେଟର ସହିତ ଅନ୍ୟାନ୍ୟ କୌଣସି ବୈଦ୍ୟୁତିକ ଉପକରଣ ନେଇପାରିବେ ନାହିଁ । ପରୀକ୍ଷା କେନ୍ଦ୍ରକୁ ବିଦ୍ୟାର୍ଥୀ ସାଥୀରେ ଫଟୋ, ପରିଚୟପତ୍ର ନେଇଯିବେ । ବଡ଼ ବଟମ୍‌ ଲାଗିଥିବା ପୋଷାକ ପିନ୍ଧି ଯାଇ ପାରିବେ ନାହିଁ। କୌଣସି ପ୍ରକାର ଅଳଙ୍କାର ପିନ୍ଧିବା ମନା ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।