ନଭେମ୍ବରରେ ପଡ଼ିବ କାବ୍ୟା ଓ ଅନିରୁଦ୍ଧଙ୍କ ହାତଗଣ୍ଠି

Oct 17, 2026 - 16:12
ନଭେମ୍ବରରେ ପଡ଼ିବ କାବ୍ୟା ଓ ଅନିରୁଦ୍ଧଙ୍କ ହାତଗଣ୍ଠି

ନଭେମ୍ବରରେ ପଡ଼ିବ କାବ୍ୟା ଓ ଅନିରୁଦ୍ଧଙ୍କ ହାତଗଣ୍ଠି

ନନ୍ଦିଘୋଷ ବ୍ୟୁରୋ: ବୋହୂ ସାଜିବେ ସନ ରାଇଜର୍ସ ହାଇଦ୍ରାବାଦର ୱନର କାବ୍ୟା ମାରନ । ବୟଫ୍ରେଣ୍ତ ତଥା ସାଉଥ ଇଣ୍ତଷ୍ଟ୍ରି ମ୍ୟୁଜିକ୍ କମ୍ପୋଜର ଅନିରୁଦ୍ଧ ରବିଚନ୍ଦ୍ରଙ୍କ ସହ ପଡ଼ିବ ହାତଗଣ୍ଠି। ସାତ ଜନ୍ମର ସାଥି ହେବେ ଏହି ଲଭ ବାର୍ଡ଼ । ଦୀର୍ଘ ଦିନ ଧରି ଡ଼େଟିଂକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ କାବ୍ୟା ଓ ଅନିରୁଦ୍ଧ ।

ନଭେମ୍ବର ୧୧ରେ ହେବାକୁ ଥିବା ଏହି ବିବାହ ଭାରତ ନୁହେଁ ବଂର ଗ୍ରୀସ୍ ରେ ହେବ। ବିବାହରେ ସମୟରେ କେବଳ ସେମାନଙ୍କ ପରିବାର ଲୋକେ ଉପସ୍ଥିତ ରହିବେ। ଏନେଇ ପ୍ରସ୍ତୁତି ଧୁମ୍ ଧାମ୍ ରେ ଚାଲିଛି। ନିକଟରେ କାବ୍ୟାଙ୍କ ପିତା, ମାତା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଭେଟି ନଭେମ୍ବର ୨୧ରେ ଚେନ୍ନାଇଠାରେ ହେବାକୁ ଥିବା କାବ୍ୟା-ଅନିରୁଦ୍ଧଙ୍କ ରିସେପସନ୍ ପାର୍ଟିଙ୍କୁ ନିମନ୍ତ୍ରଣ କରିଛନ୍ତି । ଏନେଇ ତେଲଙ୍ଗାନା ସିଏମଓ ଏକ୍ସରେ ସୂଚନା ଦିଆଯାଇଛି । ସେପଟେ ମାରନ ପରିବାର ଅନିରୁଦ୍ଧଙ୍କ ବାପାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟି ରିସେପସନ୍ ପାର୍ଟିକୁ ନିମନ୍ତ୍ରଣ କରିଛନ୍ତି। ମାkavyaରନ ଦମ୍ପତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ବିଜୟଙ୍କୁ ଭେଟିବା ସମୟରେ ଅନିରୁଦ୍ଧ ମଧ୍ୟ ସେଠାରେ  ଉପସ୍ଥିତ ରହିଥିଲେ। ଏହି ରିସେପସନ୍ ପାର୍ଟିରେ ବହୁ ପ୍ରମୁଖ ରାଜନେତାଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)