ଧରାପୃଷ୍ଠରେ ମହାମାୟା । ମଣ୍ଡପେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା

Oct 19, 2026 - 18:44
ଧରାପୃଷ୍ଠରେ ମହାମାୟା । ମଣ୍ଡପେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା

ଭୁବନେଶ୍ଵର ଓ କଟକ: ଧରାପୃଷ୍ଠରେ ମହାମାୟା । ମଣ୍ଡପେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା । ହୋମଯଜ୍ଞ, ମନ୍ତ୍ର ଧ୍ବନିରେ କମ୍ପୁଛି ପୂଜା ମଣ୍ଡପ । ଦୁର୍ଗାପୂଜା ପାଇଁ ଦୁଲୁକୁଛି ଭୁବନେଶ୍ଵର । ସମସ୍ତ ପେଣ୍ଡାଲରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ପଟିଆଗଡ଼ରେ ଉତ୍ତରାଖଣ୍ଡ କେଦାରନାଥ ତୋରଣରେ ପୂଜା ପାଉଛନ୍ତି ମାଆ । ଲୋକଙ୍କ ମନମୋହୁଛି ଡମଣା ପୂଜା ପେଣ୍ଡାଲ । ତୋରଣରେ ଚାରିଧାମ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଜମୁନେତ୍ରୀ ମନ୍ଦିରର ଛାପ ଦିଆଯାଇଛି । ତୋରଣ ପାହାଚରେ ଚଢି ସେଲ୍ଫି ଉଠାଉଛନ୍ତି ଦର୍ଶକ । ଏହା ସହ ମୀନାବଜାରର ମଜା ନେଉଛନ୍ତି । ଝାରପଡ଼ାରେ ବି ଲାଗିଛି ଲୋକଙ୍କ ଭିଡ଼ । …

ସେପଟେ ଦୁର୍ଗାପୂଜା ପାଇଁ କମ୍ପୁଛି କଟକ । ସହରର ବିଭିନ୍ନ ପେଣ୍ଡାଲରେ ପୂଜା ପାଉଛନ୍ତି ମାଆ ଦୁର୍ଗା ଓ ଶିବ ପାର୍ବତୀ । ଆଜି ବିଭିନ୍ନ ପୂଜା ମଣ୍ଡପରେ ମହାଷ୍ଟମୀ ପୂଜା ପାଳିତ ହୋଇଯାଇଛି । ସକାଳୁ ଭୋଗ ଓ ବ୍ରତ ଧରି ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି ମହିଳା ଭକ୍ତ । ପରିବାର ଓ ଜଗତର ମଙ୍ଗଳ କାମନା କରିଛନ୍ତି । ପରେ ସନ୍ଧି ପୂଜା ଅନୁଷ୍ଠିତ ହୋଇଥିଲା । ସେପଟେ କଟକ ଚଣ୍ଡୀ ଓ ଗଡଚଣ୍ଡୀଙ୍କ ପାଖରେ ଆଜି ମହାନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି । …

ମାଆଙ୍କୁ ଦର୍ଶନ କରିବାକୁ ସବୁ ମଣ୍ଡପରେ ଲାଗିଛି ଖଚାଖଚ ଭିଡ଼ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମଣ୍ଡପ କର୍ମକର୍ତ୍ତା ଓ ପୋଲିସ ପକ୍ଷରୁ ବ୍ଯାପକ ବ୍ୟବସ୍ଥା କରାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)