ତୃଣମୂଳର ନାଁ-ଚିହ୍ନ ଫ୍ରିଜ୍, ଉପନିର୍ବାଚନ ପାଇଁ ନୂଆ ନାଁ ଓ ପ୍ରତୀକ ବାଛିବେ ଦୁଇ ଗୋଷ୍ଠୀ

Sep 18, 2026 - 12:10
ତୃଣମୂଳର ନାଁ-ଚିହ୍ନ ଫ୍ରିଜ୍, ଉପନିର୍ବାଚନ ପାଇଁ ନୂଆ ନାଁ ଓ ପ୍ରତୀକ ବାଛିବେ ଦୁଇ ଗୋଷ୍ଠୀ

ନନ୍ଦିଘୋଷ ବ୍ୟୁରୋ : ତୃଣମୂଳ କଂଗ୍ରେସର ନାଁ ଓ ନିର୍ବାଚନୀ ଚିହ୍ନକୁ ଅସ୍ଥାୟୀ ଭାବେ ଫ୍ରିଜ୍ କରିଛନ୍ତି ନିର୍ବାଚନ କମିଶନ। ଏବେ ଉପନିର୍ବାଚନରେ ଦଳର ନାଁ କିମ୍ବା ‘ଫୁଲ ଓ ଘାସ’ ଚିହ୍ନ ବ୍ୟବହାର କରିପାରିବେ ନାହିଁ କୌଣସି ଗୋଷ୍ଠୀ। ଆଗାମୀ ଉପନିର୍ବାଚନ ପାଇଁ ଉଭୟ ଗୋଷ୍ଠୀକୁ ନୂଆ ନାଁ ଓ ନିର୍ବାଚନୀ ଚିହ୍ନ ବାଛିବାକୁ ନିର୍ଦ୍ଦେଶ ଦିଆଯାଇଛି। ମମତା ବାନାର୍ଜୀ ଓ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଦୁଇ ଗୋଷ୍ଠୀକୁ ନିଜ ପସନ୍ଦର ତିନୋଟି ନାଁ ଏବଂ ତିନୋଟି ନିର୍ବାଚନୀ ଚିହ୍ନର ବିକଳ୍ପ ଦାଖଲ କରିବାକୁ କୁହାଯାଇଛି। ଏହି ଚିହ୍ନଗୁଡ଼ିକ ନିର୍ବାଚନ କମିଶନଙ୍କ ମୁକ୍ତ ପ୍ରତୀକ ତାଲିକାରୁ ବାଛିବାକୁ ପଡ଼ିବ। ଉଭୟ ଗୋଷ୍ଠୀକୁ ଆଜି ସକାଳ ୧୧ଟା ସୁଦ୍ଧା ପସନ୍ଦ କ୍ରମରେ ବିକଳ୍ପ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଏହି ଅସ୍ଥାୟୀ ବ୍ୟବସ୍ଥା ଆସନ୍ତା ଉପନିର୍ବାଚନ ପର୍ଯ୍ୟନ୍ତ ଲାଗୁ ରହିବ। ଅକ୍ଟୋବର ୬ରେ ନନ୍ଦିଗ୍ରାମ ଓ ରେଜିନଗର ଆସନରେ ଉପନିର୍ବାଚନ ହେବ। ଏହି ଦୁଇ ଆସନ ପାଇଁ ଉଭୟ ଗୋଷ୍ଠୀ ପ୍ରାର୍ଥୀ ଦେଇଥିବା ବେଳେ ଦଳର ନାଁ ଓ ନିର୍ବାଚନୀ ଚିହ୍ନ ଉପରେ ନିଜ ନିଜ ଦାବି ରଖିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)