ତୁଟିନି କୋଟିଆ କଳି, ଜୁମଡାଙ୍ଗକୁ ନେଇ ସମାନ ସ୍ଥିତି; ଓଡ଼ିଶା ସରକାରଙ୍କ ଭାଙ୍ଗୁନି ନିଦ

Nov 03, 2026 - 17:56
ତୁଟିନି କୋଟିଆ କଳି, ଜୁମଡାଙ୍ଗକୁ ନେଇ ସମାନ ସ୍ଥିତି; ଓଡ଼ିଶା ସରକାରଙ୍କ ଭାଙ୍ଗୁନି ନିଦ

ତୁଟିନି କୋଟିଆ କଳି, ଜୁମଡାଙ୍ଗକୁ ନେଇ ସମାନ ସ୍ଥିତି; ଓଡ଼ିଶା ସରକାରଙ୍କ ଭାଙ୍ଗୁନି ନିଦ

ନନ୍ଦିଘୋଷ ବ୍ୟୁରୋ: ତୁଟିନି କୋଟିଆ କଳି । ମାଲକାନଗିରି ଜୁମଡାଙ୍ଗରେ ପୁଣି ସମାନ ସ୍ଥିତି । ଜୁମଡାଙ୍ଗରେ ଆନ୍ଧ୍ର ଗତିବିଧିକୁ ନେଇ ଚର୍ଚ୍ଚା ବଢ଼ିଛି । ଲୋକଙ୍କୁ ପ୍ରଲୋଭନ ଦେଖାଇ ଭୋଟ ହାତେଇବାକୁ ଚକ୍ରାନ୍ତ ଚାଲିଛି । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ମୌଳିକ ସୁବିଧା ମିଳୁ ନଥିବା ନେଇ ଅଭିଯୋଗ ଆଣିଲେ ଗ୍ରାମବାସୀ ।

ମାଲକାନଗିରିରେ ପୁଣି ମୁଣ୍ଡ ଟେକିଲାଣି ଆନ୍ଧ୍ର ବିବାଦ । କୋଟିଆରୁ ଜୁମଡାଙ୍ଗ, ସୀମାରେ ପରିଚୟର ଲଢ଼େଇ । ଚିତ୍ରକୋଣ୍ଡା ବ୍ଲକ ଜୁମଡାଙ୍ଗରେ ଲୋକଙ୍କୁ ପ୍ରଲୋଭନ ଦେଖାଇ ଭୋଟ ହାତେଇବାକୁ ଚକ୍ରାନ୍ତ । ଆନ୍ଧ୍ରକୁ ଭୋଟ ଦେବାକୁ ସଜବାଜ ହେଲେଣି ଜୁମଡାଙ୍ଗବାସୀ । ସୀମାନ୍ତ ଗ୍ରାମର ଲୋକଙ୍କ ପାଖେ ସରକାରୀ ସେବା ପହଞ୍ଚୁ ନଥିବା ଅଭିଯୋଗ ହୋଇଛି । ଦିନେ ମାଓବାଦୀ ଭୟରେ ଗାଁର ପ୍ରାୟ ୩୦ ପରିବାର ଭିଟାମାଟି ଛାଡ଼ି ଆନ୍ଧ୍ରପ୍ରଦେଶ ଇଞ୍ଜୋର ପଞ୍ଚାୟତରେ ଆଶ୍ରୟ ନେଇଥିଲେ । ସେଠାରେ ଆଧାର କାର୍ଡ, ଭୋଟର ପରିଚୟ, ରାସନ୍, ଶିକ୍ଷା ଓ ଆବାସ ଭଳି ସୁବିଧା ସେମାନଙ୍କୁ ମିଳିଥିଲା । ତତ୍କାଳୀନ ନବୀନ ସରକାର ସମୟରେ ସରକାରୀ ସୁବିଧା ପହଞ୍ଚାଇବା ପାଇଁ ଉଦ୍ୟମ ହୋଇଥିଲା । ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ଯୋଗାଯୋଗର ନୂଆ ରାସ୍ତା ଖୋଲିଥିଲା । ଏହି ଉଦ୍ୟମ ଯୋଗୁଁ ୨୦୨୨ରେ ଜୁମଡାଙ୍ଗବାସୀ ପ୍ରଥମଥର ପାଇଁ ଓଡ଼ିଶାର ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେଇଥିଲେ l ହେଲେ ଏବେ ସରକାରୀ ସୁବିଧାରୁ ବଞ୍ଚିତ ହୋଇଥିବା କହିଛନ୍ତି ।

ଏବେ ଜୁମଡାଙ୍ଗରେ ଆନ୍ଧ୍ରର ପ୍ରଶାସନିକ ଗତିବିଧି ବଢ଼ିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଗ୍ରାମବାସୀଙ୍କୁ ଆନ୍ଧ୍ରର ସୁବିଧା ଓ ବ୍ୟବସ୍ଥା ପ୍ରତି ଆକୃଷ୍ଟ କରାଯାଉଥିବା ଅଭିଯୋଗ ହୋଇଛି । ଏପରିକି ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଯାଉଛି । ଜୁମଡାଙ୍ଗର କିଛି ଲୋକ ଅଲ୍ଲୁରି ଜିଲ୍ଲାପାଳଙ୍କୁ ଭେଟି ଆନ୍ଧ୍ରରେ ରହିବା ସହ ଆଗାମୀ ୫ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ଅନୁମତି ନିମନ୍ତେ ଦାବିପତ୍ର ଦେଇଛନ୍ତି । ଘଟଣା ପ୍ରକାଶ ପାଇବା ପରେ କଂଗ୍ରେସ, ବିଜେଡି ସମେତ ବିଭିନ୍ନ ଦଳର ନେତା ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିଛନ୍ତି । ପରେ ଗ୍ରାମବାସୀ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟି ଦାବି କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)