ଜୟପାଟଣାରେ ବନ୍ୟାର ତାଣ୍ଡବ: ବିଚ୍ଛିନ୍ନ ଗାଁ, ନାହିଁ ପ୍ରଶାସନ

Oct 12, 2026 - 17:41
ଜୟପାଟଣାରେ ବନ୍ୟାର ତାଣ୍ଡବ: ବିଚ୍ଛିନ୍ନ ଗାଁ, ନାହିଁ ପ୍ରଶାସନ

କଳାହାଣ୍ଡି : ଗତ ଅବପାତ ବର୍ଷା ଓ ବନ୍ୟାରେ ଧ୍ଵସ୍ତ ହୋଇପଡ଼ିଛି ରାସ୍ତାଘାଟ। ଭାଙ୍ଗିଯାଇଛି ଗରିବଙ୍କ ଘରଦ୍ଵାର ଏବଂ ଧୋଇଯାଇଛି ଚାଷୀର ବର୍ଷକର ଆହାର। ଚାଷ ଜମିରେ ବାଲି ମାଡ଼ିଯାଇଥିବାରୁ ଚାଷୀ ଏବେ ସମ୍ପୂର୍ଣ୍ଣ ସର୍ବସ୍ୱାନ୍ତ ହୋଇପଡ଼ିଛି।

ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଧନଶୁଳି ପଞ୍ଚାୟତର ଚାନ୍ଦପୁର ଓ ଭିତରପାଣି ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ ଲୋକଙ୍କ ଘରଦ୍ୱାର ଭାଙ୍ଗିଯାଇଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମିରେ ବାଲି ମାଡ଼ି ଯାଇଛି। ଏହାସହ ଭୂ-ସ୍ଖଳନ ଘଟି ବହୁ ମୂଲ୍ୟବାନ ଗଛଲତା ଓ ଖଣିଜ ସଂପଦ ଛାରଖାର ହୋଇଯାଇଛି।

ତେବେ ଧନଶୁଳି ପଞ୍ଚାୟତ ବେହେରାଗୁଡା ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଫଳରେ ସ୍ଥାନୀୟ ଲୋକମାନେ ରାସନ ସହିତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇବାରୁ ବଞ୍ଚିତ ଅଛନ୍ତି। ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ୁଥିଲେ ବି ଏଯାଏଁ ସେମାନଙ୍କ ପାଖରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନାହାନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)