ଜୁଲାଇ ୪ରେ ଓଡିଶା ଆସିବେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର : ଜୁଲାଇ ୪ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବରାଷ୍ଟ୍ର ଅମିତ ଶାହ । ଏହି ଗସ୍ତ କାଳରେ ସେ ରାଜ୍ୟରେ ଅନେକ ସରକାରୀ ଓ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ସମବାୟ ବିଭାଗ ପକ୍ଷରୁ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସମେତ ଅନ୍ୟ କେତେକ ସରକାରୀ ପ୍ରକଳ୍ପ ଓ ସଭାରେ ଅମିତ ଶାହ ଉପସ୍ଥିତ ରହିବେ। ଏହାବ୍ୟତୀତ ସେ ଭାରତୀୟ ଜନତା ପାର୍ଟି (ବିଜେପି) ର ବିଭିନ୍ନ ସାଂଗଠନିକ ବୈଠକ ଏବଂ ସାଧାରଣ ସଭାରେ ମଧ୍ୟ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।ଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଓଡ଼ିଶା ବିଜେପି ଶାଖା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।