ଜମିକୁ ପହଞ୍ଚି ପାରୁନି ଡ୍ୟାମ୍ ପାଣି: ବିଧାୟକଙ୍କୁ ଦାବିପତ୍ର ଦେଲେ ୪ ଗାଁର ଚାଷୀ
ଖଡ଼ିଆଳ,୧୮ା୫ (ସୁଜିତ କୁମାର ପ୍ରଧାନ): ଦୀପ ତଳ ଅନ୍ଧାର ଭଳି ତିଖାଲି ଡ୍ୟାମ୍ର ନାକ ତଳେ ଥିବା ଖଡ଼ିଆଳ ବ୍ଲକର ୪ ଗ୍ରାମର ଜମିକୁ ପାଣି ନ ମାଡ଼ିବା ସମସ୍ତଙ୍କୁ ଚକିତ କରିଛି। ସେହି ଗ୍ରାମଗୁଡିକ ହେଲା ସାନମହେଶ୍ୱର ପଞ୍ଚାୟତର ଦେଓବାହାଲ ଓ ରଜାମୁଣ୍ଡା, ବରଗାଁ ପଞ୍ଚାୟତର ଡୁମେରବାହାଲ ଓ ବେନ୍ଦ୍ରାବାହାଲ। ଏ ନେଇ ଚାଷୀମାନେ ବିଭିନ୍ନ ସମୟରେ ଦାବି କରିଆସୁଥିଲେ ମଧ୍ୟ ସୁଫଳ ପାଇନାହାନ୍ତି। ଶେଷରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ବାସଭବନରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।
ଏହି ସମୟରେ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ବିଜେଡି କର୍ମକର୍ତ୍ତା ହିରାଧର ମେହେରଙ୍କ ସମେତ ବରଗାଁ ପଞ୍ଚାୟତ ସରପଞ୍ଚ ତଥା ଡୁମେରବାହାଲ ଗ୍ରାମର ଚାଷୀ ଗୋବିନ୍ଦ ବିହାରୀ ବାରିକ, ପରମେଶ୍ୱର ବାରିକ, ସୁଦାମ ଘିଭେଲା, ଦେଓବାହାଲ ଗ୍ରାମର ଚାଷୀ ରମେଶ କୁମାର ଠାକୁର, ଚାଷୀ ସିଦ୍ଧାର୍ଥ ଶଙ୍କର ଯୋଶୀ, ରଣଜିତ ସିଂ ମହାରଥା ଓ ନରେଶ ମହାରଥା, ବେନ୍ଦ୍ରବାହାଲ ଗ୍ରାମର ଚାଷୀ ଭୁବନେଶ୍ୱର ପଟେଲ, ଦେବଦତ୍ତ ପୋଡ ଓ ଜଗମୋହନ ଶବର, ରଜାମୁଣ୍ଡା ଗ୍ରାମର ଚାଷୀ ମନୋଜ କୁମାର ମିଶ୍ର ଉପସ୍ଥିତ ଥିଲେ। ବିଧାୟକ ଏହି ସମ୍ପର୍କରେ ଅବଗତ ହେବା ପରେ ତୁରନ୍ତ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ଇଞ୍ଜିନିୟର ଇନ୍ ଚିଫ, ମେଗା ଜଳସେଚନ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଓ ତିଖାଲି ଡ୍ୟାମ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଫୋନ କରିବା ସହିତ ମେଲ କରିଥିଲେ।
The post ଜମିକୁ ପହଞ୍ଚି ପାରୁନି ଡ୍ୟାମ୍ ପାଣି: ବିଧାୟକଙ୍କୁ ଦାବିପତ୍ର ଦେଲେ ୪ ଗାଁର ଚାଷୀ appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।