ଛତୁ ଚଟପଟି

Jul 04, 2026 - 15:08
ଛତୁ ଚଟପଟି

 

ସାମଗ୍ରୀ _ ବଟନ ଛତୁ, କ୍ୟାପସି କମ୍, ପିଆଜ, ରସୁଣ, ଚିଲି ଫ୍ଲେକ୍ସ, ମଇଦା,କଣ୍ଣଫ୍ଲୋର , ଭିନେଗାର, ଧନିଆ ପତ୍ର, ଟମାଟୋ ସସ, ସୋୟାସସ, ଅରିଗାନୋ ।

ପ୍ରଣାଳୀ _ ପ୍ରଥମେ ଛତୁର ନାଡ ଅଲଗା କରି ଏହାକୁ ଲୁଣ ଓ ଭିନେଗାର ଦେଇ ଅଳ୍ପସମୟ ପାଇଁ ସିଝାଇ ନିଅନ୍ତୁ । ଏହା ସିଝିବା ପରେ ଛତୁକୁ ଏକ ଶୁଖିଲା କପଡାରେ ଫୋଛି ନିଅନ୍ତୁ, ଯେପରି ଅଧିକ ପାଣି ଛତୁରୁ ଶୁଖିଯିବ । ଏହାପରେ ଗୋଟିଏ ପାତ୍ରରେ ଅଧାକପ ମଇଦା, ଅଧାକପ କଣ୍ଣଫ୍ଲୋର, ଗୋଲମରିଚ ଗୁଣ୍ଡ ଗୋଳାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ସେହିଭଳି ଆଉ ଏକ ପାତ୍ରରେ ସେହିଭଳି ମଇଦା, କଣ୍ଣଫ୍ଲୋର, ଭିନେଗାର, ଅଳ୍ପ ଲୁଣ ଓ ଚିନି ଗୋଳାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ । ପ୍ରଥମେ ଛତୁକୁ ଉକ୍ତ ଶୁଖିଲା ମିଶ୍ରଣରେ ଗଡାନ୍ତୁ । ଯାହାପରେ ଉକ୍ତ ଛତୁକୁ ଘୋଳ ମିଶ୍ରଣରେ ବୁଡାଇ ଛତୁ ପକୋଡା ଛାଣନ୍ତୁ । ଏହାପରେ ପ୍ୟାନରେ ବଟର କିମ୍ବା ରିଫାଇନ ତେଲ ପକାଇ ସେଥିରେ କଟା ପିଆଜ ଓ ରସୁଣ ପକାଇ ଭାଜନ୍ତୁ । ଏହା ଭାଜି ହୋଇଯିବା ପରେ ଏଥିରେ କ୍ୟାପସିକମ ଓ ଛତୁ ପକୋଡା ପକାନ୍ତୁ । ବର୍ତ୍ତମାନ ଏଥିରେ ଦରକାର ଅନୁସାରେ ଲୁଣ ଓ ସମସ୍ତ ଗୁଣ୍ଡ ମସଲା ଓ ସସ୍ ପକାଇ ଗୋଳାଇ ନିଅନ୍ତୁ । ଶେଷରେ ଧନିଆ ପତ୍ର ପକାଇ ପ୍ରସ୍ତୁତ କରନ୍ତୁ ଛତୁ ଚଟପଟି ।