ଚୌଦ୍ୱାର ଜେଲରେ ୫ ଜଣ କଏଦୀ ଏଚଆଇଭି ପଜିଟିଭ !

ଚୌଦ୍ବାର : ଝାରପଡା ଜେଲ୍ ପରେ ଏବେ ଚୌଦ୍ୱାର ମଣ୍ଡଳ କାରାଗାରରେ ୫ ଜଣ କଏଦୀ ଏଚଆଇଭି ପଜିଟିଭ ଚି଼ହ୍ନଟ । ଏମାନଙ୍କ ମଧ୍ୟରୁ ୨ ଜଣ ସଜ୍ଜା କାଟୁଥିବା ବେଳେ ୩ ଜଣ ବିଚାରାଧୀନ କଏଦୀ ବୋଲି ଜଣାପଡିଛି । ସେମାନଙ୍କୁ ଜେଲ୍ ଭିତରେ ଥିବା ସ୍ବତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି ବୋଲି ସୂଚନା ଦେଇଛନ୍ତି ଜେଲ ଅଧିକ୍ଷକ ସୁଜିତ ରାଉଳ ।
ଜଣେ ଡ଼ାକ୍ତର ଓ ଦୁଇ ଜଣ ଫାର୍ମାସିଷ୍ଟ ଜେଲ୍ ଭିତରେ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି । ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଥିବା ଏଆରଟି ସେଣ୍ଟର ମାସକୁ ଥରେ କିମ୍ବା ଦୁଇ ଥର ପଠାଯାଇ ସ୍ବାସ୍ଥ୍ୟାବସ୍ଥା ଚେକ୍ କରାଯାଇଥାଏ । ଏଥିସହିତ ଯେଉଁମାନେ ବିଭିନ୍ନ ମାମଲାରେ ଜେଲ୍କୁ ଆସିଥାନ୍ତି ପ୍ରଥମେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଭିନ୍ନ ପ୍ରକାରର ପରୀକ୍ଷା କରାଯାଇ ବିଭିନ୍ନ ରୋଗ ଚିହ୍ନଟ ପରେ ସେମାନଙ୍କୁ ବିଭିନ୍ନ ୱାର୍ଡକୁ ପଠାଯାଇଥାଏ ବୋଲି ଜେଲ୍ ସୁପରିଟେଣ୍ଡେଣ୍ଟ ସୁଜିତ୍ ରାଉଳ କହିଛନ୍ତି ।