ଚାରିଆଡ଼େ ଶାରଦୀୟ ପୂଜାର ମାହୋଲ, ଚଳଚଞ୍ଚଳ ଗାଁଠୁ ସହର

Oct 15, 2026 - 18:11
ଚାରିଆଡ଼େ ଶାରଦୀୟ ପୂଜାର ମାହୋଲ, ଚଳଚଞ୍ଚଳ ଗାଁଠୁ ସହର

ନନ୍ଦିଘୋଷ ବ୍ୟୁରୋ : ଆସୁଛନ୍ତି ମା’ । ଚାରିଆଡ଼େ ଶାରଦୀୟ ପୂଜାର ମାହୋଲ। ଚଳଚଞ୍ଚଳ ଗାଁଠୁ ସହର । ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଏଥର ଇଟାଲୀର ପ୍ରସିଦ୍ଧ ଭାଟିକାନ ସିଟି ପ୍ୟାଲେସ ଦେଖିବେ ଶ୍ରଦ୍ଧାଳୁ। ସବୁଠୁ ପୁରାତନ ମା’ ଦୁର୍ଗା କ୍ଲବ ଏହି ତୋରଣ ପ୍ରସ୍ତୁତ କରୁଛି। ୭୦ ଫୁଟ ଉଚ୍ଚ, ୪୫ ଫୁଟ ଚଉଡାର ବିଶାଳ ତୋରଣ ନିର୍ମାଣରେ ଲାଗିଛନ୍ତି ୩୦ କାରିଗର। ୧୨ ଫୁଟ ଉଚ୍ଚର ମା’ ଦୁର୍ଗା ମୂର୍ତ୍ତି, ୧୭ ଫୁଟର ବିଶାଳ ମେଢର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନଡ଼ିଆ ବାହୁଙ୍ଗାରୁ ଆରମ୍ଭ ହୋଇ ଇଟାଲୀର ଭାଟିକାନ ସିଟିରେ ପହଞ୍ଚିଛି ଅସ୍ତରଙ୍ଗ। ଏହା ସହ ରହିଛି ରଙ୍ଗ ବେରଙ୍ଗ ଲାଇଟ ଗେଟ, ମେକାନିକ ଲାଇଟ, ଡିଜିଟାଲ ଡେକୋରେସନ। ଲକ୍ଷାଧିକ ଭକ୍ତଙ୍କ ଭିଡକୁ ନଜରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସେପଟେ ପୂଜା ପାଇଁ କେନ୍ଦ୍ରାପଡାର ବିଭିନ୍ନ ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ମଣ୍ଡପଗୁଡିକରେ ଦେବୀଙ୍କ ମୃଣ୍ମୟୀ ମୃର୍ତ୍ତି ନିର୍ମାଣ କାମ ଜୋରସୋରରେ ଚାଲିଛି। ମାଙ୍କ ମୃଣ୍ମୟୀ ମୃର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। ଇନ୍ଦୁପୁର ଏବଂ କେନ୍ଦ୍ରାପଡ଼ାର ଅଂଚଳରେ ପ୍ରାୟ ୩୦ ରୁ ଅଧିକ ମଣ୍ଡପରେ ଶାରଦୀୟ ପୂଜା ଅନୁଷ୍ଠିତ ହେଉଛି। ଭଳିକି ଭଳି ଡିଜାଇନର ଆକର୍ଷଣୀୟ ତୋରଣ ନିର୍ମାଣରେ ଲାଗିଛନ୍ତି କାରିଗର। ଆସନ୍ତା ୧୭ରେ ମହାସପ୍ତମୀ ପୂଜା, ୧୮ରେ ମହାଷ୍ଟମୀ ପୂଜା, ସନ୍ଧିପୂଜା ଓ ବଳିଦାନ ପ୍ରଭୃତି ଅନୁଷ୍ଠିତ ହେବ। ନବମୀ ଦିନ କାଳିକା ଆବାହନର ପରମ୍ପରା ରହିଥିବା ବେଳେ ୨୦ରେ ଅପରାଜିତା ପୂଜା ଓ ଦେବୀଙ୍କ ବିସର୍ଜନ କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)