ଚାମେଲୀ ଓଝା ଙ୍କ ନାଁ ରେ ଅନାସ୍ଥା

Jul 25, 2026 - 13:18
ଚାମେଲୀ ଓଝା ଙ୍କ ନାଁ ରେ ଅନାସ୍ଥା

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲୀ ଓଝାଙ୍କ ନାଁ ରେ ଆସିଲା ଅନାସ୍ଥା ପ୍ରସ୍ତାବ । ୨୩ ତାରିଖ ଦିନ ସମୁଦାୟ ୨୨ଜଣ ସଭ୍ୟଙ୍କ ମଧ୍ୟରୁ ୨୧ ଜଣ ୱାର୍ଡ ମେମ୍ବରଙ୍କ ଦସ୍ତଖତ ସହ ଉପଜିଲ୍ଲାପାଳଙ୍କୁ ଦରଖାସ୍ତ ଦିଆଯାଇଥିବା ସୂଚନା ମିଳିଛି । ଏନେଇ ଆସନ୍ତା ୨୭ ତାରିଖରେ ସଂପୃକ୍ତ ୱାର୍ଡମେମ୍ବରଙ୍କ ଦସ୍ତଖତର ସଠିକତା ଯାଞ୍ଚ ହେବ । ଏଥିପାଇଁ ୱାର୍ଡମେମ୍ବର ମାନଙ୍କୁ ଉପଜିଲ୍ଲାପାଳଙ୍କ ଅଫିସରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ସଂପର୍କରେ ମହାକାଳପଡ଼ା ବିଡିଓଙ୍କୁ ପତ୍ର ଲେଖି ଜଣାଇଛନ୍ତି ଉପଜିଲ୍ଲାପାଳ । ତେବେ ଅନାସ୍ଥା ସଂକ୍ରାନ୍ତରେ ଚାମେଲୀ ଓଝା କହିଛନ୍ତି ଆକ୍ରୋଶ ରଖି ମୋ ବିରୋଧରେ ଷଡଯନ୍ତ୍ର କରାଯାଇଛି । ଡରାଇ ଧମକାଇ ୱାର୍ଡମେମ୍ବରଙ୍କ ଠାରୁ ଦସ୍ତଖତ ନିଆଯାଇଛି ।

ସୂଚନାନୁସାରେ, ବିଡ଼ିଓଙ୍କ ସହ ବିବାଦ ପରେ ଗିରଫ ହୋଇଥିଲେ ଚାମେଲୀ । ବ୍ଲକ କାର୍ଯ୍ୟାଳୟରେ ପଶି ବିଡିଓଙ୍କୁ ଦୁର୍ବ୍ୟବହାର କରିବା ଏବଂ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଜୁନ୍ ୧୩ ତାରିଖରେ ପୋଲିସ ଚାମେଲୀଙ୍କୁ ଗିରଫ କରିଥିଲା । ଗିରଫ ହେବାର କିଛି ଦିନ ପରେ କୋର୍ଟରୁ ଚାମେଲୀ ଓଝାଙ୍କୁ ଜାମିନ ମିଳିଥିଲା । ଜେଲରୁ ମୁକୁଳିବା ପରେ ସେ ବ୍ଲକ ପ୍ରଶାସନ ବିରୋଧରେ ଓ ନ୍ୟାୟ ଦାବିରେ ବ୍ୟାପକ ଆନ୍ଦୋଳନ ଓ ଅନଶନ କରିଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।