ଖେଳକୁଦ ବୟସରେ ଶଯ୍ୟାଶାୟୀ ନାବାଳକ

Sep 19, 2026 - 17:29
ଖେଳକୁଦ ବୟସରେ ଶଯ୍ୟାଶାୟୀ ନାବାଳକ

ନନ୍ଦିଘୋଷ ବ୍ୟୁରୋ : ଖେଳକୁଦ ବୟସରେ ଶଯ୍ୟାଶାୟୀ ନାବାଳକ । ଉଠାଇ ପାରୁନାହାନ୍ତି ବାମ ହାତ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।… ଆମେ ଆପଣଙ୍କୁ କହୁଛୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଧାକଡପଦ ଗାଁର ଫୁଲମତି ମୁଦୁଲିଙ୍କ ସାନ ପୁଅ ସନ୍ତୋଷଙ୍କ କଥା । ୪ ମାସ ତଳେ ସନ୍ତୋଷ ଆମ୍ବ ତୋଳିବାକୁ ବଣକୁ ଯାଇ ଗଛରୁ ପଡ଼ିଯାଇଥିଲେ । ତାଙ୍କ ବାମ ହାତର କହୁଣି ପାଖରେ ଆଘାତ ଲାଗିଥିଲା । ଫୁଲମତି ପୁଅକୁ ପ୍ରଥମେ ଚିତ୍ରକୋଣ୍ଡା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ପୁଅର ହାତ ଠିକ ହୋଇନଥିଲା । ଡକ୍ଟର କୋରାପୁଟ ହସ୍ପିଟାଲକୁ ଯିବା ପାଇଁ କହିଥିଲେ । ହେଲେ ପାଖରେ ପଇସା ନଥିବାରୁ ପୁଅକୁ ଘରକୁ ନେଇଆସିଛନ୍ତି ଫୁଲମତି । …

ସ୍ଵାଭିମାନ ଅଞ୍ଚଳ ଯେବେ ମାଓ କବଳିତ ଥିଲା ସେ ସମୟରେ ଫୁଲମତି ମାଓବାଦୀଙ୍କ ଦ୍ଵାରା ବିତାଡ଼ିତ ହୋଇ ଚିତ୍ରକୋଣ୍ଡାକୁ ପଳାଇ ଆସିଥିଲେ । ବର୍ତ୍ତମାନ ଦୁଇ ପୁଅଙ୍କ ସହ ଦିଡ଼ାଇ ବିଶ୍ରାମ ଗୃହରେ ଜୀବନ ବିତାଉଛନ୍ତି । ସେହି ଘରର ଅବସ୍ଥା ମଧ୍ୟ ନକହିବା ଭଲ । ବର୍ଷା ହେଲେ ଘରେ ପାଣି ପଶୁଛି । କେତେବେଳେ ବିଦ୍ୟୁତ ରହୁଛି ତ କେତେବେଳେ ସଂପୂର୍ଣ୍ଣ ଅନ୍ଧାରରେ ଜୀବନ ବିତାଉଛନ୍ତି ଫୁଲମତି । ଏଭଳି ସ୍ଥିତିରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।…

ସନ୍ତୋଷଙ୍କ ଚିକିତ୍ସା ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)