କୋଲକାତା ପୂଜା ପେଣ୍ଡାଲରେ ଦଳାଚକଟା: ୧୯ ମୃତ, ୪୦ ଗୁରୁତର

Oct 18, 2026 - 08:06
କୋଲକାତା ପୂଜା ପେଣ୍ଡାଲରେ ଦଳାଚକଟା: ୧୯ ମୃତ, ୪୦ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ଦୁର୍ଗାପୂଜାରେ ଅଘଟଣ। ଉତ୍ତର କୋଲକାତା ଚୋରବାଗାନ ପୂଜା ପେଣ୍ଡାଲ ଭୁଶୁଡ଼ିବା ପରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ହୋଇ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ପାଖାପାଖି ୪୦ ଜଣ ଆହତ ହୋଇଥି୍ବା ନେଇ କୁହାଯାଉଛି।

ସୂଚନା ଅନୁଯାୟୀ, ଶନିବାର ରାତି ୭ଟା ୪୦ରେ ଏହି ଅଘଟଣ ଘଟିଥିଲା। ସନ୍ଧ୍ୟା ବେଳେ ପ୍ରବଳ ବର୍ଷା ଯୋଗୁଁ ପେଣ୍ଡାଲର କିଛି ଅଂଶ ଭାଙ୍ଗି ପଡ଼ିଥିଲା। ପରେ ଆରମ୍ଭ ହୋଇଥିଲା ଦଳାଚକଟା। ଏନେଇ ଖବର ମିଳିବା ପରେ ପୋଲିସ, ଅଗ୍ନିଶମ ବାହିନୀ ଓ ବିପର୍ଯ୍ୟୟ ପରିଚାଳନା ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ମଣ୍ଡପ ପରିସରରେ ଥିବା ସିସିଟିଭି ଫୁଟେଜକୁ ଜବତ କରାଯାଇଛି। ଆହତମାନଙ୍କୁ କଲିକତା ମେଡିକାଲ କଲେଜ ସମେତ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ପଶ୍ଚିମବଙ୍ଗ ସରକାର ହେଲପଲାଇନ ନମ୍ବର1800-345-5678 ଜାରି କରିଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଅଗ୍ରୱାଲ। ସେପଟେ ଏହି ଘଟଣାକୁ ନେଇ ଉଦବେଗ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ସମବେଦନା ଦେବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)