କେତନଙ୍କଠୁ କୋଟିଏ ନେଇଥିଲା ସିୟା!
ପୁଣେ: ମହାରାଷ୍ଟ୍ରର ପୁଣେ ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟା ମାମଲାରେ ଆଉ ଏକ ବଡ଼ ଖୁଲାସା ହୋଇଛି। କେତନଙ୍କ ହତ୍ୟା ଅଭିଯୁକ୍ତ ସିଆ ବିବାହ ସପିଂ ପାଇଁ ତାଙ୍କଠାରୁ ୧ କୋଟି ନେଇଥିବା ସାମ୍ନାକୁ ଆସିଛି। ତା'ପରେ ସେ ସେହି ଟଙ୍କା ତାଙ୍କ ପ୍ରେମିକ ଚେତନ ଚୌଧୁରୀଙ୍କୁ ଦେଇଥିଲେ ବୋଲି କୁହାଯାଉଛି। ଚେତନ ନିଜ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା ବେଳେ ଏଥିପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ଥିଲା। ଏହାକୁ ନଜରରେ ରଖି ସିୟା, କେତନଙ୍କୁ ଫସାଇଥିଲେ। ମିଛ କହି କିଛି ଜିନିଷ କିଣିବାର ଅଛି ବୋଲି ଜଣାଇ ସିୟା କେତନଙ୍କଠାରୁ ୧କୋଟି ଟଙ୍କା ଆଣିଥିଲେ, ଯାହା ଏବେ ସାମ୍ନାକୁ ଆସିଛି। ଦୁହେଁ କେବଳ କେତନ ଅଗ୍ରୱାଲଙ୍କ ହତ୍ୟା ଯୋଜନା କରିନଥିଲେ ବରଂ ସେମାନଙ୍କର ଭବିଷ୍ୟତ ଯୋଜନା ମଧ୍ୟ କରିଥିଲେ। କାହାର ଯେମିତି ସନ୍ଦେହ ନହୁଏ ସେଥିପାଇଁ ସଙ୍ଗେ ସଙ୍ଗେ ନକରି କିଛି ବର୍ଷ ପରେ ବିବାହ କରିବାକୁ ଯୋଜନା କରିଥିଲେ ଦୁହେଁ। ହେଲେ ସବୁ ଯୋଜନା ବିଫଳ ହେଲା।