AIADMK: ଏଆଇଏଡିଏମ୍କେରୁ ସାମୁହିକ ପଳାୟନ ଜାରି: ଟିଭିକେରେ ଯୋଗ ଦେଲେ ୩ ପୂର୍ବତନ ମନ୍ତ୍ରୀ
"ଚେନ୍ନାଇ: ଏଆଇଏଡିଏମ୍କେର ୩ ଜଣ ପୂର୍ବତନ ମନ୍ତ୍ରୀ ଡ.
ସି ବିଜୟଭାସ୍କର, ଏମ୍ଆର ବିଜୟଭାସ୍କର ଏବଂ ଏମଏସ୍ ଆନନ୍ଦନ ସେମାନଙ୍କ ସମର୍ଥକଙ୍କ ସହ ଆଜି ଶାସକ ଟିଭିକେରେ ଯୋଗ ଦେଇଛନ୍ତି।
ମମଲ୍ଲପୁରମରେ ଟିଭିକେର ସାଧାରଣ ସମ୍ପାଦକ ଏନ୍ ଆନନ୍ଦଙ୍କ ଉପସ୍ଥିତିରେ ଉକ୍ତ ୩ ନେତା ଟିଭିକେରେ ଯୋଗ ଦେଇଛନ୍ତି।
ଏଥିପାଇଁ ଆଜି ମମଲ୍ଲପୁରମରେ ଏକ ହୋଟେଲ୍ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ସି ବିଜୟଭାସ୍କର ଏହି ଅବସରରେ କହିଛନ୍ତି, ଦଳୀୟ କର୍ମୀମାନଙ୍କ ସହ ଅନେକ ବିଚାରବିମର୍ଶ ପରେ ଏଆଇଏଡିଏମ୍କେ ଛାଡ଼ିବାପାଇଁ ନିଷ୍ପତ୍ତି ନିଆଯାଇଛି।
ସେ ପ୍ରକାଶ କରିଛନ୍ତି ଯେ ସେ ଏବଂ ଅନ୍ୟ ନେତାମାନେ ବାରମ୍ବାର ଏଆଇଏଡିଏମ୍କେ ନେତୃବୃନ୍ଦମାନଙ୍କୁ ଟିଭିକେ ସହ ନିର୍ବାଚନ ପୂର୍ବରୁ ମେଣ୍ଟ କରିବାକୁ କହିଥିଲେ ଏବଂ ନିର୍ବାଚନ ପରେ ମଧ୍ୟ ଏହି ସମାନ କଥା କହିଥିଲେ।
କିନ୍ତୁ ସେମାନଙ୍କ କଥା କେହି ଶୁଣିନଥିଲେ।Advertisment ଆହୁରି ପଢ଼ନ୍ତୁ: Anganwadi Recruitment-2026: ଅଙ୍ଗନୱାଡି କର୍ମୀ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ସେ କହିଛନ୍ତି, ଆମେ ଏଭଳି ନେତୃତ୍ବ ସହ ରହିପାରିବୁନି ଯିଏ ଡିଏମ୍କେ ସହ ମେଣ୍ଟ କରିବାପାଇଁ ଉଦ୍ୟମ କରୁଛି ଏବଂ ନିଜ ଦଳର ନେତାଙ୍କ କଥା ଶୁଣୁନାହିଁ।
ଡିଏମ୍କେ ହେଉଛି ଏକ ରାଜନୈତିକ ଶକ୍ତି ଯାହାକୁ ଏମ୍ଜି ରାମଚନ୍ଦ୍ରନ ତୀବ୍ର ବିରୋଧ କରୁଥିଲେ।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଜୟଙ୍କ ଟିଭିକେରେ ଯୋଗ ଦେବା ଆମପାଇଁ ସ୍ବାଭାବିକ ।
ଟିଭିକେର ଭବିଷ୍ୟତରେ ଦୃଢ଼ ବିଶ୍ବାସ ପ୍ରକଟ କରି ବିଜୟଭାସ୍କର କହିଛନ୍ତି, ଦଳ ଆଗାମୀ ନିର୍ବାଚନରେ ଶତ ପ୍ରତିଶତ ବିଜୟ ହାସଲ କରିବ।
ଦଳକୁ ଉକ୍ତ ନେତାଙ୍କୁ ସ୍ବାଗତ କରି ଟିଭିକେ ମୁଖ୍ୟ ସଂଯୋଜକ କେଏ ସେଙ୍ଗୋତେୟାନ କହିଛନ୍ତି, ସେମାନେ ସଠିକ୍ ଦଳକୁ ଆସିଛନ୍ତି।
ଏଆଇଏଡିଏମ୍କେ ଏକ ରାଜନୈତିକ ଅନୁଷ୍ଠାନ ବଦଳରେ ଏକ କର୍ପୋରେଟ୍ କମ୍ପାନି ଭଳି କାମ କରୁଛି ବୋଲି ସେ କହିଛନ୍ତି।
ଡିଏମ୍କେ ସହ ମେଣ୍ଟ କରିବାକୁ ଉଦ୍ୟମ କରି ଏଆଇଏଡିଏମ୍କେ ନେତୃବୃନ୍ଦ ଦଳୀୟ କର୍ମୀମାନଙ୍କ ସହ ବିଶ୍ବାସଘାତ କରିଛନ୍ତି ବୋଲି ସେ କହିଛନ୍ତି।"