କେଜି ରୁ ପିଜି ଯାଏଁ ଦେୟ ମୁକ୍ତ ଶିକ୍ଷା - ମୁଖ୍ୟମନ୍ତ୍ରୀ

Jun 13, 2026 - 05:48
କେଜି ରୁ ପିଜି ଯାଏଁ ଦେୟ ମୁକ୍ତ ଶିକ୍ଷା - ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଆଜି ଜୁନ ମାସ ୧୨ ତାରିଖ ୨ୟ ବର୍ଷରେ ପାଦ ଥାପିଛି ‘ଲୋକଙ୍କ ସରକାର’। ବିଜେପି ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। କେଜିରୁ ପିଜି ଯାଏଁ ହେବ ଦେୟମୁକ୍ତ ଶିକ୍ଷା। ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଏହା ସହାୟକ ହେବ। ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦେୟ ମୁକ୍ତ ଶିକ୍ଷା ପାଇଁ ଦେଶର ପ୍ରଥମ ରାଜ୍ୟ ହେବ ଓଡ଼ିଶା । 

ଏହି ଅବସରରେ ଅମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ସୂଚନା ଦେଇଛ କହିଛନ୍ତି ,ଭତ୍ତା ସମସ୍ୟାର ଶୀଘ୍ର ସମାଧାନ କରିବେ ସରକାର । ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୨ ଲକ୍ଷ ହିତାଧିକାରୀ ଭତ୍ତା ପାଇଛନ୍ତି। ଭତ୍ତା ସମସ୍ୟା କେନ୍ଦ୍ରର। ଟେକ୍ନିକାଲ ଦୃଷ୍ଟିକୋଣରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ସ୍ବତନ୍ତ୍ର ଭାବେ ଯୋଡାଯାଉଛି, ସେଥିପାଇଁ ଟିକେ ବିଳମ୍ବ ହେଉଛି। ଗୋଟିଏ ମାସ ଯଦି ପାଇନାହାନ୍ତି ଏକ ସଙ୍ଗେ ୩ମାସର ଭତ୍ତା ପାଇବେ, ସେନେଇ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଆଗାମୀ ଦିନରେ ୩୫ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ମିଳିବ। ପ୍ରତିବର୍ଷ ୧୦ ଲକ୍ଷ ହିତାଧିକାରୀଙ୍କୁ ଘର ମିଳିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରୀନ ସିଗନାଲ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ,ପଶ୍ଚିମ ବଙ୍ଗ ସରକାରଙ୍କୁ ଚିଠି ଲେଖିଲା ପରେ ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟାଇବା ଏକ ବଡ଼ ଉପଲବ୍ଧି। ଏହା ଡବଲ ଇଞ୍ଜିନର ସଫଳତା। ରେଳ ପ୍ରକଳ୍ପରେ ୯୦ ହଜାର କୋଟି, ସଡ଼କ ପଥରେ ୮୦ ହଜାର କୋଟି ପୁଞ୍ଜି ନିବେଶ ହୋଇଛି। ସେହିପରି କୋଷ୍ଟାଲ ହାଇୱେ, କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ, ଭୁବନେଶ୍ବର, କଟକ, ପୁରୀ, ପାରାଦୀପ ଅର୍ଥନୀତି କରିଡର୍ ଗଠନ ନେଇ ପ୍ଲାନ ହୋଇଛି। ଗ୍ରେଟର୍ ଭୁବନେଶ୍ବର ଗଠନ ଲକ୍ଷ୍ୟ ହିଁ ଡବଲ ଇଞ୍ଜିନ ସରକାର ସଫଳତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି, ପୂର୍ବ ସରକାର ଚାଷୀଙ୍କୁ ଭୁଲିଯାଇଥିଲେ। ହେଲେ ଆମ ସରକାର ଆସିବା ପରେ ଚାଷୀ କହୁଛନ୍ତି, ଚାଷ ଅଛି ଯାହାର, କି ଆନନ୍ଦ ତାହାର। ଡବଲ ଇଞ୍ଜିନ୍ ସରକାର ରାଜ୍ୟର ଡବଲି ବିକାଶ କରିଛନ୍ତି। ବିଭିନ୍ନ ଆଧ୍ୟାତ୍ମିକ ସ୍ଥଳୀର ଉନ୍ନତି କରାଯାଇଛି। ଓଡ଼ିଆ ଭାଷ‌ାରେ ସରକାରୀ କାମ କରାଯାଉଛି। ଆମ ସରକାର ଲୋକାଭିମୁଖୀ ସରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।