ଆସନ୍ତା ୧୯ ତାରିଖରେ ହେବ ରତ୍ନଭଣ୍ଡାର ଗଣତି

Jul 14, 2026 - 12:06
ଆସନ୍ତା ୧୯ ତାରିଖରେ ହେବ ରତ୍ନଭଣ୍ଡାର ଗଣତି

ପୁରୀ : ରତ୍ନଭଣ୍ଡାର ଗଣତି ପାଇଁ ନୂଆ ତାରିଖ! । ଜୁଲାଇ ୧୯ରେ ଗଣାହେବ ମହାପ୍ରଭୁଙ୍କ ଗହଣା! । ଗତ ମେ ୨୩ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁନା-ଗହଣା ଓ ମୂଲ୍ୟବାନ ଜିନିଷ ଗଣତି ବନ୍ଦ ରହିଛି । ଏବେ ସ୍ନାନ ପୂର୍ଣ୍ଣିମା ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓହ୍ଲାଇଥିବା ଗହଣାଗୁଡ଼ିକୁ ଆସନ୍ତା ୧୯ ତାରିଖରେ ଗଣାଯିବ। ଏହି ଗଣତି କାର୍ଯ୍ୟ କେବଳ ଗୋଟିଏ ଦିନ ପାଇଁ ହେବ। ରାଜ୍ୟ ସରକାରଙ୍କ SOP ଅନୁଯାୟୀ ଏହି ଗଣତି କରାଯିବ । ତେବେ ଭିତର ରତ୍ନଭଣ୍ଡାରରେ ଥିବା ବାକି ସବୁ ଗହଣାର ଗଣତି କେବେ ହେବ, ତାହା ପରେ ଜଣାପଡିବ ଜଣାଇ ଦିଆଯିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।