ଆରମ୍ଭ ହେଲା ପହଣ୍ଡି, ପ୍ରଥମେ ଧାଡ଼ି ପହଣ୍ଡିରେ ଆସୁଛନ୍ତି ପ୍ରଭୁ ସୁଦର୍ଶନ
"ପୁରୀ: ଆରମ୍ଭ ହେଲା ପହଣ୍ଡି ।
ପ୍ରଥମେ ଆରମ୍ଭ ହେଲା ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ।
ଶହ ଶହ ଭକ୍ତଙ୍କ ଗହଣରେ ପହଣ୍ଡି ଆରମ୍ଭ ।
ପବିତ୍ର ରଥଯାତ୍ରାରେ ଶ୍ରୀମନ୍ଦିରରୁ ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଆସନ୍ତି ଚତୁର୍ଦ୍ଧାମୂର୍ତ୍ତି।
ଏହି ପହଣ୍ଡି ବିଜେ ସମୟରେ ସର୍ବପ୍ରଥମେ ଚକ୍ରରାଜ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥାଏ।
ଘଣ୍ଟ, କାହାଳୀ ଓ ଶଙ୍ଖ ନାଦରେ ସମଗ୍ର ବଡ଼ଦାଣ୍ଡ ପ୍ରକମ୍ପିତ ।
ଦଇତାପତି ସେବାୟତମାନେ ପ୍ରଭୁଙ୍କୁ କାନ୍ଧରେ ବୋହି 'ଧାଡ଼ି ପହଣ୍ଡି'ରେ ଶ୍ରୀମନ୍ଦିରର ସାତପାହାଚ ଦେଇ ବାହାରକୁ ଆଣୁଛନ୍ତି ।Advertisment ଅଧିକ ପଢନ୍ତୁ: Delhi Rath Yatra: ପ୍ରଭୁ ଜଗନ୍ନାଥଙ୍କୁ କରାଯିବ ୧୦୮ ପ୍ରକାରର ୧୧,୦୦୦ ଆମ୍ବ ଅର୍ପଣ ପ୍ରଭୁ ସୁଦର୍ଶନଙ୍କୁ ଦେବୀ ସୁଭଦ୍ରାଙ୍କ 'ଦେବଦଳନ' ରଥକୁ ବିଜେ କରାଯିବ।
ଭକ୍ତମାନଙ୍କ 'ହରିବୋଲ' ଓ 'ହୁଳହୁଳି' ଶବ୍ଦରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।
ପ୍ରଭୁଙ୍କର ଏହି ମନୋରମ ପହଣ୍ଡି ଦେଖି ଭକ୍ତମାନେ ବିଭୋର ।
ସୁଦର୍ଶନଙ୍କ ପହଣ୍ଡି ପରେ କ୍ରମାନ୍ୱୟରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କ ପହଣ୍ଡି ଅନୁଷ୍ଠିତ ହେବ ।
ଏହା ମହାପ୍ରଭୁଙ୍କ ମାନବୀୟ ଲୀଳାର ଏକ ଅନନ୍ୟ ପରମ୍ପରା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।