ଆଜି ଜନ୍ମଦିନ: ସଂଯୁକ୍ତା ପାଣିଗ୍ରାହୀ

Aug 24, 2026 - 08:16
ଆଜି ଜନ୍ମଦିନ: ସଂଯୁକ୍ତା ପାଣିଗ୍ରାହୀ

"ଓଡ଼ିଶୀ ନୃତ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇଥିବା ନୃତ୍ୟଶିଳ୍ପୀଙ୍କ ମଧ୍ୟରେ ସ˚ଯୁକ୍ତା ପାଣିଗ୍ରାହୀ ଅନ୍ୟତମ।

୧୯୪୪ ଅଗଷ୍ଟ ଆଜି ଦିନରେ ପିତା ଅଭିରାମ ମିଶ୍ର ଓ ମାତା ଶକୁନ୍ତଳା ମିଶ୍ରଙ୍କ କନ୍ୟା ସନ୍ତାନ ରୂପେ ବ୍ରହ୍ମପୁରଠାରେ ସେ ଜନ୍ମ ହୋଇଥିଲେ।

ମାଆଙ୍କ ପ୍ରୋତ୍ସାହନରେ ଚାରି ବର୍ଷ ବୟସରୁ ସେ ଗୁରୁ କେଳୁଚରଣ ମହାପାତ୍ରଙ୍କ ପାଖରୁ ନୃତ୍ୟ ଶିକ୍ଷା କରିବା ଆରମ୍ଭ କରିଥିଲେ।

ଏହା ପରେ ମାଡ୍ରାସ ଯାଇ ରୁକ୍ମିଣୀ ଦେବୀଙ୍କ "କଳାକ୍ଷେତ୍ର"ରୁ ଭରତନାଟ୍ୟମ ଶିଖିଥିଲେ।

ସଂଗୀତଜ୍ଞ ରଘୁନାଥ ପାଣିଗ୍ରାହୀଙ୍କ ସହିତ ତାଙ୍କର ବିବାହ ହୋଇଥିଲା।

ଏହା ପରେ ଉଭୟ ମିଶି ଓଡ଼ିଶୀ ନୃତ୍ୟର ଉନ୍ନତି ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ।

ପ୍ରାରମ୍ଭରେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।Advertisment Horoscope 2026 August 24: ଜାଣନ୍ତୁ ଆଜିର ରାଶିଫଳ ତେବେ ଧୀରେ ଧୀରେ ସଂଯୁକ୍ତା ଓ ରଘୁନାଥଙ୍କ ଯୋଡ଼ି କଳାପ୍ରେମୀଙ୍କ ଧ୍ୟାନ ଆକର୍ଷଣ କରିଥିଲା।

ସଂଯୁକ୍ତା ଯୁକ୍ତରାଷ୍ଟ୍ର ଆମେରିକା, ସ୍ବିଜରଲାଣ୍ଡ, ଡେନମାର୍କ, ନେଦରଲାଣ୍ଡ୍‌ସ, ଜର୍ମାନି, ସ୍ୱିଡେନ, ନରୱେ, ଅଷ୍ଟ୍ରେଲିଆ ସମେତ ବହୁ ଦେଶ ଭ୍ରମଣ କରି ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ତାଙ୍କ ସଫଳତା ସାଙ୍ଗକୁ ଓଡ଼ିଶୀର ପ୍ରସିଦ୍ଧି ମଧ୍ୟ ବୃଦ୍ଧି ପାଇବାରେ ଲାଗିଲା।

ଏହି ଶାସ୍ତ୍ରୀୟ ନୃତ୍ୟ କଳା ପ୍ରତି ଅବଦାନ ପାଇଁ ୧୯୭୫ରେ ତାଙ୍କୁ "ପଦ୍ମଶ୍ରୀ" ସମ୍ମାନରେ ସମ୍ମାନିତ କରାଯାଇଥିଲା।

୧୯୭୬ରେ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା।

ନିଜକୁ ଗୁରୁ କେଳୁଚରଣଙ୍କ ସର୍ବଶ୍ରେଷ୍ଠ ଶିଷ୍ୟା ପ୍ରମାଣିତ କରିଥିବା ସଂଯୁକ୍ତା ୧୯୯୭ ଜୁନ୍ ୨୪ରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

Jayalukkas: ଜୟଆଲୁକ୍କାସରେ ସର୍ବବୃହତ ଗହଣା ସେଲ୍‌"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)