ଅମିତ ଶାହଙ୍କ ଓଡିଶା ଗସ୍ତ ବାତିଲ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତ ବାତିଲ ଇ ଆସନ୍ତା ୪ ତାରିଖରେ ଓଡିଶା ଗସ୍ତରେ ଆସି ବରଗଡ଼ରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ତେବେ ଖରାପ ପାଗ ଯୋଗୁଁ କେନ୍ଦ୍ରମନ୍ତ୍ରୀଙ୍କର ଗସ୍ତ ବାତିଲ ହୋଇଛି ବୋଲି ସୂଚନା ଦେଇଛନ୍ତି ବିଜେପି ମୁଖପାତ୍ର ତଥା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ।
ଏହି ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମ ରହିଥିଲା । ଅମିତ ଶାହ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ୨ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଥିଲା ତେବେ ରାଜ୍ୟରେ ବର୍ତ୍ତମାନ ଲଘୁଚାପ ଜନିତ ଲଗାଣ ବର୍ଷ ଜାରି ରହିଥିବାରୁ କାର୍ଯ୍ୟକ୍ରମ ବାତିଲ ରହିଛି । ଆଗାମୀ ତାରିଖରେ ଗସ୍ତ ପୁନଃ ଘୋଷଣା ହୋଇପାରେ ବୋଲି ଆଶା କରଯାଉଛି ।