ଅଫିସରେ ଅସୁସ୍ଥତା, ଘରେ ଆଖି ବୁଜିଲେ ଜନସ୍ୱାସ୍ଥ୍ୟ ଵିଭାଗ କିରାଣୀ ଗୋପାଳ ରଥ
ବଲାଙ୍ଗୀର, ୪।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜୀବ ନଗର ନିବାସୀ ଗୋପାଳ ଚରଣ ରଥଙ୍କ ଗୁରୁବାର ପରଲୋକ ହୋଇଛି। ସେ ବଲାଙ୍ଗୀର ପିଏଚଡି ସବଡିଭିଜନ ଅଫିସରେ ବିଲିଂ କିରାଣୀ ଭାବେ ଚାକିରି କରୁଥିଲେ। ଗୁରୁବାର ଅଫିସରେ କାର୍ଯ୍ୟରତ ଥିବାବେଳେ ଦିନ ପ୍ରାୟ ୧୧ଟା ୩୦ମିନିଟରେ ଅସୁସ୍ଥତା ଅନୁଭବ କରିବାରୁ ସେ ଅଫିସରୁ ଘରକୁ ଚାଲି ଆସିଥିଲେ। ଘରେ ହଠାତ୍ ଅଚେତ ହୋଇପଡ଼ିଥିଲେ l ପରିବାରଲୋକେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ସେ ଜଣେ ମିଷ୍ଟଭାଷୀ, ମେଳାପୀ ବ୍ୟକ୍ତି ଥିଲେ। ଚାକିରି ବାହାରେ ପୂଜା ପାଠ କରି ଲୋକପ୍ରିୟ ହୋଇଥିଲେ । ତାଙ୍କୁ ବହୁ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।