ଅଗଷ୍ଟରେ ପୁଣି ଓଡିଶା ଆସିବେ ରାଷ୍ଟ୍ରପତି

Jul 18, 2026 - 14:07
ଅଗଷ୍ଟରେ ପୁଣି ଓଡିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର : ଅଗଷ୍ଟ ୪ ଏବଂ ୫ ତାରିଖରେ ଓଡିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଆସନ୍ତା ୪ ତାରିଖ ରେ ଗଞ୍ଜାମର ତପ୍ତପାଣି ଠାରେ ଆଦିବାସୀ ଶବର ସମାଜ ର ସମ୍ମିଳନୀରେ ରାଷ୍ଟ୍ରପତି ଯୋଗଦେବ । ସମ୍ଭାବନା ରହିଛି । ସମ୍ମିଳନୀରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଆଦିବାସୀ ଶବର ସମାଜ କର୍ମକର୍ତ୍ତା ସାମିଲ ହେବେ। ତପ୍ତପାଣି ଗଞ୍ଜାମ ଓ ଗଜପତି ଜିଲ୍ଲା ର ସୀମା ରେ ରହିଥିବା ରୁ ଏଠାରେ କାର୍ଯକ୍ରମ ଆୟୋଜିତ ହେଉଥିବା କୁହାଯାଉଛି । ତେବେ ଏ ସଂକ୍ରାନ୍ତ ରେ କୌଣସି ନିର୍ଦିଷ୍ଟ ସୂଚନା ଓ ତାରିଖ କିମ୍ବା କାର୍ଯକ୍ରମ ଚୂଡ଼ାନ୍ତ ହୋଇନଥିବା ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ କହିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।